ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ

ମାଲକାନଗିରି : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ମାଲକାନଗିରି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି।  ବାଇକ୍‌ ସହ ରାଜ୍ୟ ପରିବହନ ନିଗମର ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଏମ୍‌ଭି-୭ ଗାଁ ନିକଟ ତମସା ଛକରେ ଏହି ଦୁର୍ଘଟଣା ଘଟିଛି। ମାଲକାନଗିରି ରୁ କାଲିମେଳା  ଯାଉଥିବା ରାଜ୍ୟ ପରିବହନ ନିଗମର ବସ୍‌ ସହ ମାଲକାନଗିରିକୁ ଆସୁଥିବା ଏକ ବାଇକ୍‌ […]

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ
road accident

ମାଲକାନଗିରି : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ମାଲକାନଗିରି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି।  ବାଇକ୍‌ ସହ ରାଜ୍ୟ ପରିବହନ ନିଗମର ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଏମ୍‌ଭି-୭ ଗାଁ ନିକଟ ତମସା ଛକରେ ଏହି ଦୁର୍ଘଟଣା ଘଟିଛି। ମାଲକାନଗିରି ରୁ କାଲିମେଳା  ଯାଉଥିବା ରାଜ୍ୟ ପରିବହନ ନିଗମର ବସ୍‌ ସହ ମାଲକାନଗିରିକୁ ଆସୁଥିବା ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳାର ବାଇକ୍‌ରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି।