ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣା : ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ
କନକ ବ୍ୟୁରୋ: ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ। ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା। ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ ହୋଇଛି। ତାଙ୍କ ଠାରେ କିଛି ପ୍ରମାଣ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରିଛି ସିବିଆଇ। ଟେଣ୍ଡର ଫିକ୍ସିଂରେ ଆସିଲା ସଚିବ ବିଷ୍ପୁପଦ ସେଠୀଙ୍କ ଡ୍ରାଇଭରକୁ ସମନ୍। ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରକୁ ସମନ କରିଛି ସିବିଆଇ। ଇମେଲ ଯୋଗେ ସମନ ଜାରି କରିଛି ସିବିଆଇ। ନୋଟିସ ଜାରି କରିବା ପରେ ପାୱାର କରିଡରରେ ଚର୍ଚ୍ଚା । କିଏ ସେହି ପ୍ରଭାବଶାଳୀ ଅଫିସର ଯିଏ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ। ମର୍ସିଡିଜ ସାଇକେଲ ନେଇଥିବା ପ୍ରଭାବଶାଳୀ ଅଫିସର ଏହି ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଅଛନ୍ତି କି ନାହାନ୍ତି ସେନେଇ ତଦନ୍ତ କରାଯିବ। ପୂର୍ବରୁ ବାରମ୍ବାର ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ବାରମ୍ବାର ଖବର ପ୍ରସାରଣ କରିଛି କନକ ନ୍ୟୁଜ। ସିବିଆଇର ସମନ ପରେ ଏହି ସନ୍ଦେହ ସତ ସାବ୍ୟସ୍ତ ହୋଇଛି ।

କନକ ବ୍ୟୁରୋ: ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ। ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା। ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ ହୋଇଛି। ତାଙ୍କ ଠାରେ କିଛି ପ୍ରମାଣ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରିଛି ସିବିଆଇ। ଟେଣ୍ଡର ଫିକ୍ସିଂରେ ଆସିଲା ସଚିବ ବିଷ୍ପୁପଦ ସେଠୀଙ୍କ ଡ୍ରାଇଭରକୁ ସମନ୍।
ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରକୁ ସମନ କରିଛି ସିବିଆଇ। ଇମେଲ ଯୋଗେ ସମନ ଜାରି କରିଛି ସିବିଆଇ। ନୋଟିସ ଜାରି କରିବା ପରେ ପାୱାର କରିଡରରେ ଚର୍ଚ୍ଚା ।
କିଏ ସେହି ପ୍ରଭାବଶାଳୀ ଅଫିସର ଯିଏ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ। ମର୍ସିଡିଜ ସାଇକେଲ ନେଇଥିବା ପ୍ରଭାବଶାଳୀ ଅଫିସର ଏହି ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଅଛନ୍ତି କି ନାହାନ୍ତି ସେନେଇ ତଦନ୍ତ କରାଯିବ। ପୂର୍ବରୁ ବାରମ୍ବାର ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ବାରମ୍ବାର ଖବର ପ୍ରସାରଣ କରିଛି କନକ ନ୍ୟୁଜ। ସିବିଆଇର ସମନ ପରେ ଏହି ସନ୍ଦେହ ସତ ସାବ୍ୟସ୍ତ ହୋଇଛି ।