ଟି୨୦ ସିରିଜ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ
ସିଡ୍ନୀ,୧୯ା୩: ଆଫଗାନିସ୍ତାରେ ମହିଳା ଏବଂ ବାଳିକାଙ୍କ ଅବସ୍ଥା ବିଗିଡ଼ି ଯାଉଥିବାରୁ ପ୍ରତିବାଦ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଘରୋଇ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ବାତିଲ କରିଦେଇଛି। ଆଫଗାନିସ୍ତାରେ ତାଲିବାନମାନେ କ୍ଷମତାକୁ ଆସିବା ପରେ ବାଳିକାମାନଙ୍କୁ ସ୍କୁଲ, ମହିଳାମାନଙ୍କୁ ୟୁନିଭର୍ସିଟିରେ ପାଠ ପଢିବା ଏବଂ ଚାକିରୀ କରିବାରେ କଟକଣା ଜାରି କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପୂର୍ବରୁ ୨୦୨୧ ନଭେମ୍ବରରେ ହୋବାର୍ଟଠାରେ ଆୟୋଜିତ ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର ଟେଷ୍ଟ […] The post ଟି୨୦ ସିରିଜ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ appeared first on Dharitri Odia News.
ସିଡ୍ନୀ,୧୯ା୩: ଆଫଗାନିସ୍ତାରେ ମହିଳା ଏବଂ ବାଳିକାଙ୍କ ଅବସ୍ଥା ବିଗିଡ଼ି ଯାଉଥିବାରୁ ପ୍ରତିବାଦ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦେଶ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଘରୋଇ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ବାତିଲ କରିଦେଇଛି।
ଆଫଗାନିସ୍ତାରେ ତାଲିବାନମାନେ କ୍ଷମତାକୁ ଆସିବା ପରେ ବାଳିକାମାନଙ୍କୁ ସ୍କୁଲ, ମହିଳାମାନଙ୍କୁ ୟୁନିଭର୍ସିଟିରେ ପାଠ ପଢିବା ଏବଂ ଚାକିରୀ କରିବାରେ କଟକଣା ଜାରି କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପୂର୍ବରୁ ୨୦୨୧ ନଭେମ୍ବରରେ ହୋବାର୍ଟଠାରେ ଆୟୋଜିତ ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର ଟେଷ୍ଟ ମ୍ୟାଚ୍କୁ ବାତିଲ କରିଥିଲା। ପରେ ୟୁଏଇରେ ଏହି ଦେଶ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ମଧ୍ୟ ସ୍ଥଗିତ ରଖିଥିଲା। ଆଫଗାନିସ୍ତାନ ପରିସ୍ଥିତି ନେଇ କ୍ରିକେଟ ଅଷ୍ଟ୍ରେଲିଆ ଗତ ୧୨ମାସ ହେଲା ତାଙ୍କ ସରକାରଙ୍କ ପରାମର୍ଶ ନେଇ ଆସୁଛି। ଆଫଗାନିସ୍ତାନରେ ମହିଳା ଓ ବାଳିକାଙ୍କ ପରିସ୍ଥିତି କ୍ରମେ ବିଗିଡ଼ିବାରେ ଲାଗିଛି ବୋଲି ସରକାର କହୁଛନ୍ତି।ଏହି କାରଣରୁ ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ପାରୁ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାରେ ବାରଣ ରହିଥିବାରୁ ଏକ ମାତ୍ର ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ଭାବେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ୍ ଭାଗ ନେଇ ନ ଥିଲା। ଗଣ୍ଡଗୋଳ ପ୍ରବଣ ଆଫଗାନିସ୍ତାନରେ କଠୋରପନ୍ଥୀ ତାଲିବାନମାନେ ୨୦୨୧ ସେପ୍ଟେମ୍ବରରେ କ୍ଷମତାକୁ ଆସିବା ପରେ ଖେଳରେ ମହିଳା ମାନଙ୍କ ଅଂଶଗ୍ରହଣ ଉପରେ କଟକଣା ଜାରି କରିଛନ୍ତି।
The post ଟି୨୦ ସିରିଜ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ appeared first on Dharitri Odia News.