ମସୁଦ ଅଜହର ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କଲା ଭାରତ

ନୂଆଦିଲ୍ଲୀ ୬।୧୨: ବିଦେଶ ମନ୍ତ୍ରାଳୟ (ଏମଇଏ) ଶୁକ୍ରବାର ପାକିସ୍ତାନ ନିକଟରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରାୟ ୨ ଦଶନ୍ଧୀ ପରେ ମସୁଦ ସାର୍ବଜନିକ ଭାବେ ସାମ୍ନାକୁ ଆସିବା ସହିତ ଏକ ସଭାକୁ ସମ୍ବୋଧିତ କରୁଥିବା ଦେଖାଯାଇଛି। ସେ କଥିତ ରୂପେ ବୈଶ୍ୱିକ ଇସ୍ଲାମୀ ବ୍ୟବସ୍ଥା ସ୍ଥାପନା ନିମନ୍ତେ ଭାରତ ଓ ଇସ୍ରାଏଲକୁ ଟାର୍ଗେଟ କରି ପୁଣି ଥରେ ଜିହାଦୀ ଅଭିଯାନ ଚଳାଇବାକୁ ସଂକଳ୍ପ କରିଛି। ଶୁକ୍ରବାର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ତାଙ୍କର ସାପ୍ତାହିକ ବ୍ରିଫିଙ୍ଗରେ ପାକିସ୍ତାନର ଦୋହରା ମାନଦଣ୍ଡକୁ ନେଇ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ମୂଳରୁ ଦେଶରେ ଆଜହରର ଉପସ୍ଥିତିକୁ ଅସ୍ୱୀକାର କରିଆସୁଛି। ଯଦି ଦେଶରେ ଅଜହରର ଭାଷଣ କଥା କୁହାଯାଏ ତେବେ ଏହା ପାକିସ୍ତାନର ଦୋହରା ନୀତିକୁ ଦର୍ଶାଉଛି। ସେ କହିଛନ୍ତି ଯେ ଅଜହର ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ। ଏଣୁ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭାରତ ଦାବି କରୁଛି। ମସୁଦ ଅଜହର ଭାରତରେ ସୀମାପାର ଆତଙ୍କବାଦୀ ଆକ୍ରମଣରେ ସାମିଲ। ଏଣୁ ଆମେ ଚାହୁଁଛୁ ପାକିସ୍ତାନ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରୁ। ଭାରତର ଏପରି ପ୍ରତିକ୍ରିୟା ଅନେକ ରିପୋର୍ଟ ପରେ ଆସିଛି। ଯେଉଁଥିରେ ପାକିସ୍ତାନର ଆତଙ୍କବାଦ ସଙ୍ଗଠନ ଜୈସ-ଏ-ମହମ୍ମଦ ( ଜେଇଏମ) ନେତା ଦୁଇ ଦଶକରୁ ଅଧିକ ସମୟ ପରେ ଆତଙ

ମସୁଦ ଅଜହର ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କଲା ଭାରତ

ନୂଆଦିଲ୍ଲୀ ୬।୧୨: ବିଦେଶ ମନ୍ତ୍ରାଳୟ (ଏମଇଏ) ଶୁକ୍ରବାର ପାକିସ୍ତାନ ନିକଟରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରାୟ ୨ ଦଶନ୍ଧୀ ପରେ ମସୁଦ ସାର୍ବଜନିକ ଭାବେ ସାମ୍ନାକୁ ଆସିବା ସହିତ ଏକ ସଭାକୁ ସମ୍ବୋଧିତ କରୁଥିବା ଦେଖାଯାଇଛି। ସେ କଥିତ ରୂପେ ବୈଶ୍ୱିକ ଇସ୍ଲାମୀ ବ୍ୟବସ୍ଥା ସ୍ଥାପନା ନିମନ୍ତେ ଭାରତ ଓ ଇସ୍ରାଏଲକୁ ଟାର୍ଗେଟ କରି ପୁଣି ଥରେ ଜିହାଦୀ ଅଭିଯାନ ଚଳାଇବାକୁ ସଂକଳ୍ପ କରିଛି। 

ଶୁକ୍ରବାର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ତାଙ୍କର ସାପ୍ତାହିକ ବ୍ରିଫିଙ୍ଗରେ ପାକିସ୍ତାନର ଦୋହରା ମାନଦଣ୍ଡକୁ ନେଇ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ମୂଳରୁ ଦେଶରେ ଆଜହରର ଉପସ୍ଥିତିକୁ ଅସ୍ୱୀକାର କରିଆସୁଛି। ଯଦି ଦେଶରେ ଅଜହରର ଭାଷଣ କଥା କୁହାଯାଏ ତେବେ ଏହା ପାକିସ୍ତାନର ଦୋହରା ନୀତିକୁ ଦର୍ଶାଉଛି। ସେ କହିଛନ୍ତି ଯେ ଅଜହର ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ। ଏଣୁ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭାରତ ଦାବି କରୁଛି। 

ମସୁଦ ଅଜହର ଭାରତରେ ସୀମାପାର ଆତଙ୍କବାଦୀ ଆକ୍ରମଣରେ ସାମିଲ। ଏଣୁ ଆମେ ଚାହୁଁଛୁ ପାକିସ୍ତାନ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରୁ। ଭାରତର ଏପରି ପ୍ରତିକ୍ରିୟା ଅନେକ ରିପୋର୍ଟ ପରେ ଆସିଛି। ଯେଉଁଥିରେ ପାକିସ୍ତାନର ଆତଙ୍କବାଦ ସଙ୍ଗଠନ ଜୈସ-ଏ-ମହମ୍ମଦ ( ଜେଇଏମ) ନେତା ଦୁଇ ଦଶକରୁ ଅଧିକ ସମୟ ପରେ ଆତଙ୍କବାଦୀ ସମୂହଙ୍କ କ୍ୟାଡରଙ୍କୁ ପ୍ରଥମ ଥର ସମ୍ବୋଧିତ କରିଛି। ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନର ଏକ ଅନଲାଇନ ଡିଜିଟାଲ ଫୋରମ ଅନୁସାରେ ଅଜହର ବୈଶ୍ୱିକ ଇସ୍ଲାମୀ ବ୍ୟବସ୍ଥା ସ୍ଥାପନା ଉଦ୍ଦେଶ୍ୟରେ ଭାରତ ଓ ଇସ୍ରାଏଲ ବିରୋଧରେ ଟାର୍ଗେଟେଡ ଜିହାଦୀ ଅଭିଯାନକୁ ପୁଣି ଆରମ୍ଭ କରିବ ବୋଲି ସଂକଳ୍ପ କରିଛି।