ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଓ୍ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଏହା ପୂର୍ବରୁ ସେ ଟେସ୍‌ଲା ସିଇଓ ଏଲନ୍‌ ମସ୍କ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ମିଚେଲ ଓ୍ବାଲ୍ଟଜ ଏବଂ ଜାତୀୟ ଗୋଇନ୍ଦା ମୁଖ୍ୟ ତୁଲସୀ ଗାବାର୍ଡଙ୍କୁ ଭେଟିଛନ୍ତି। ଟ୍ରମ୍ପ୍‌ ପ୍ରଶାସନରେ ସରକାରଙ୍କ ଦକ୍ଷତା ବିଭାଗ (ଡିଓଜିଇ)ର ମୁଖ୍ୟ ଥିବା ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ବ୍ଲେୟାର ହାଉସ୍‌ରେ ବିଭିନ୍ନ ପ୍ରସଙ୍ଗରେ […] The post ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଓ୍ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଏହା ପୂର୍ବରୁ ସେ ଟେସ୍‌ଲା ସିଇଓ ଏଲନ୍‌ ମସ୍କ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ମିଚେଲ ଓ୍ବାଲ୍ଟଜ ଏବଂ ଜାତୀୟ ଗୋଇନ୍ଦା ମୁଖ୍ୟ ତୁଲସୀ ଗାବାର୍ଡଙ୍କୁ ଭେଟିଛନ୍ତି।

ଟ୍ରମ୍ପ୍‌ ପ୍ରଶାସନରେ ସରକାରଙ୍କ ଦକ୍ଷତା ବିଭାଗ (ଡିଓଜିଇ)ର ମୁଖ୍ୟ ଥିବା ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ବ୍ଲେୟାର ହାଉସ୍‌ରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ମସ୍କଙ୍କ ସହ ତାଙ୍କର ୩ ପିଲା ଆସିଥିଲେ। ଟ୍ରମ୍ପ୍‌ଙ୍କ ଷ୍ଟାର୍‌ଲିଙ୍କ୍‌ ଭାରତରେ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଯୋଗାଇବା ପ୍ରସ୍ତାବ ରଖିଥିବା ବେଳେ ଟେସ୍‌ଲା ମଧ୍ୟ ଭାରତରେ କାରଖାନା ସ୍ଥାପନ କରିବା ଯୋଜନା ରଖିଛି।

ଏପରିକି ମୋଦି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ୍ବାଲ୍ଟଜଙ୍କୁ ଭେଟିଥିଲେ। ବୈଠକରେ ବହିର୍ବ୍ୟାପାର ମନ୍ତ୍ର ଏସ୍‌. ଜୟଶଙ୍କର ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ। ସେହିପରି ଗୁରୁବାର ଟ୍ରମ୍ପ୍‌ ପ୍ରଶାସନରେ ଜାତୀୟ ଗୋଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ନେଇଥିବା ତୁଲସୀ ଗାବାର୍ଡଙ୍କୁ ମୋଦି ସାକ୍ଷାତ୍‌ କରିଥିଲେ।

The post ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.