ମସ୍କୋ କନସର୍ଟ ହଲ୍ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୧୫ ପହଞ୍ଚିଲା, ୪ ଆତଙ୍କବାଦୀଙ୍କ ସମେତ ୧୧ ଗିରଫ

ନୂଆଦିଲ୍ଲୀ : ଶୁକ୍ରବାର ମସ୍କୋ କନସର୍ଟ ହଲରେ ହୋଇଥିବା ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୧୫ ପହଞ୍ଚିଛି। ରୁଷ୍ର ଇନଭେଷ୍ଟିଗେଟିଭ କମିଟି ଆଜି ଏହା ସ୍ପଷ୍ଟ କରିଛି। ଆକ୍ରମଣରେ ସମ୍ପୃକ୍ତି ଥିବାନେଇ ଏଯାବତ ୧୧ ଜଣ ଗିରଫ ହେଲେଣି। ଏମାନଙ୍କ ମଧ୍ୟରେ ୪ ଜଣ ଆତଙ୍କବାଦୀ ଅଛନ୍ତି। ଆକ୍ରମଣ ପାଇଁ ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ଆକ୍ରମଣକାରୀମାନେ ଗତକାଲି ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଇଥି ଲେ। ସେମାନେ ଗୁଳିମାଡ଼ କରିବା ସହ କନସର୍ଟ ହଲରେ […]

ମସ୍କୋ କନସର୍ଟ ହଲ୍ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୧୫ ପହଞ୍ଚିଲା, ୪ ଆତଙ୍କବାଦୀଙ୍କ ସମେତ ୧୧ ଗିରଫ

ନୂଆଦିଲ୍ଲୀ : ଶୁକ୍ରବାର ମସ୍କୋ କନସର୍ଟ ହଲରେ ହୋଇଥିବା ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୧୫ ପହଞ୍ଚିଛି। ରୁଷ୍ର ଇନଭେଷ୍ଟିଗେଟିଭ କମିଟି ଆଜି ଏହା ସ୍ପଷ୍ଟ କରିଛି। ଆକ୍ରମଣରେ ସମ୍ପୃକ୍ତି ଥିବାନେଇ ଏଯାବତ ୧୧ ଜଣ ଗିରଫ ହେଲେଣି। ଏମାନଙ୍କ ମଧ୍ୟରେ ୪ ଜଣ ଆତଙ୍କବାଦୀ ଅଛନ୍ତି। ଆକ୍ରମଣ ପାଇଁ ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ଆକ୍ରମଣକାରୀମାନେ ଗତକାଲି ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଇଥି ଲେ। ସେମାନେ ଗୁଳିମାଡ଼ କରିବା ସହ କନସର୍ଟ ହଲରେ ନିଆଁ ଲଗାଇ ଜାଳି ଦେଇଥିଲେ। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ୍ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର କିଛି ଦିନ ପରେ ମସ୍କୋ କନସର୍ଟ ହଲରେ ଏହି ଆକ୍ରମଣ ହୋଇଛି। ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ଅପରାହ୍‌ଣରେ ତିନିଜଣ ମୁଖାଧାରୀ ବ୍ୟକ୍ତି ହଲ୍‌ ଭିତରକୁ ପଶି ଲୋକଙ୍କ ଉପରକୁ ଅତର୍କିତ ଗୁଳି କରିଥିଲେ। ସଙ୍ଗୀତ ସମାରୋହ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି ହଲ୍‌ରେ ଏଭଳି ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିକଟରେ ଏକ ସପିଂମଲ୍‌ ଥିବାରୁ ଓ ସଂଧ୍ୟା ସମୟ ହୋଇଥିବାରୁ ଲୋକଙ୍କ ଭିଡ଼ ଅଧିକ ରହିଥିଲା।