୪୪ OAS ଅଫିସରଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବଡ ଧରଣର ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକାବେଳକେ ୪୪ଟି ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦ ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀଙ୍କ ବଦଳି କରିଛନ୍ତି। ଏନେଇ ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଥିଲା I ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ସିଏମସିର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ […]

୪୪ OAS ଅଫିସରଙ୍କ ବଦଳି
୪୪ OAS ଅଫିସରଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବଡ ଧରଣର ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକାବେଳକେ ୪୪ଟି ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦ ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀଙ୍କ ବଦଳି କରିଛନ୍ତି। ଏନେଇ ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି ହୋଇଥିଲା I

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ସିଏମସିର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ସମ୍ବିତ କୁମାର ରାଉତଙ୍କୁ ବିଏମସିର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ତରୁଣକାନ୍ତିଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, ବିନୋଦ କୁମାର ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର, ରାକେଶ କୁମାର ପାତ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର, ଜସ୍ମିନ କୁମାର ପ୍ରଧାନ ଓ ଅଜୟ କୁମାର ମହାନ୍ତିଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଭାବେ ବଦଳି କରାଯାଇଛି। ସେହିପରି ସ୍ୱାତୀ ମିଶ୍ରଙ୍କୁ କଟକ ମହାନଗର ନିଗମର ସହକାରୀ କମିସନ, ସ୍ୱାଗତ ଦାସ ଓ ରମେଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିସନର ରୂପେ ଅବସ୍ଥାପିତ କରାଯାଇଛି ।