ମହଙ୍ଗା ପଡିଲା କାଉନସିଲ୍ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର, ଚାକିରିରୁ ନିଲମ୍ୱିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର
ସମ୍ବଲପୁର ୨୦/୦୪: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୁଣି ଚାକିରିରୁ ନିଳମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର । ସାମାଜିକ ଗଣମାଧ୍ୟମରେ ପିଜି କାଉନ୍ସିଲ୍ ଅଧ୍ୟକ୍ଷାଙ୍କ ସମ୍ପର୍କରେ ଦୁର୍ବ୍ୟବହାର ଜନିତ ପୋଷ୍ଟ କରିଥିଲେ । ଚତୁର୍ଥ ଥର ପାଇଁ ନିଲମ୍ବିତ ହେଲେ ଡ. କୁଜୁର । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରଜତ କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଡ. କୁଜୁର ସାମାଜିକ ଗଣମଧ୍ୟମରେ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାଶ ଙ୍କ ନେଇ ଆପତ୍ତିଜନକ ବା ଦୁର୍ବ୍ୟବହାର କରି କିଛି ପୋଷ୍ଟ କରିଥିଲେ । ଏହାକୁ ନେଇ ପ୍ରଫେସର ଦାଶ କୁଳଲତି ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ କୁଳପତି ଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବ ଡ. କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ସୁଚନା ଥାଉକି ଏହା ଡ. କୁଜୁରଙ୍କ ଚତୁର୍ଥଥର ନିଲମ୍ୱିତ ହେବା ସହିତ ତାଙ୍କୁ ଏହା ପୁର୍ବରୁ ପଦୋନ୍ନତି କରାଯାଇଥିବା ନଜିର ରହିଛି । ତେବେ ବାରମ୍ବାର ଡ.କୁଜୁର ନିଲମ୍ବିତ ହେବା ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ଡିୟୁଟି ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଜାରିରଖିବା ଘଟଣା ଶିକ୍ଷା ବାତାବରଣରେ ତଥା ଛାତ୍ରଛାତ୍ରୀ ଏବଂ ଅନ୍ୟ ଅଧ୍ୟାପକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି ।
ସମ୍ବଲପୁର ୨୦/୦୪: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୁଣି ଚାକିରିରୁ ନିଳମ୍ବିତ ହେଲେ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର । ସାମାଜିକ ଗଣମାଧ୍ୟମରେ ପିଜି କାଉନ୍ସିଲ୍ ଅଧ୍ୟକ୍ଷାଙ୍କ ସମ୍ପର୍କରେ ଦୁର୍ବ୍ୟବହାର ଜନିତ ପୋଷ୍ଟ କରିଥିଲେ । ଚତୁର୍ଥ ଥର ପାଇଁ ନିଲମ୍ବିତ ହେଲେ ଡ. କୁଜୁର ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରଜତ କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଡ. କୁଜୁର ସାମାଜିକ ଗଣମଧ୍ୟମରେ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ୍ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାଶ ଙ୍କ ନେଇ ଆପତ୍ତିଜନକ ବା ଦୁର୍ବ୍ୟବହାର କରି କିଛି ପୋଷ୍ଟ କରିଥିଲେ । ଏହାକୁ ନେଇ ପ୍ରଫେସର ଦାଶ କୁଳଲତି ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ କୁଳପତି ଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବ ଡ. କୁଜୁରଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ସୂଚନା ମିଳିଛି ।
ସୁଚନା ଥାଉକି ଏହା ଡ. କୁଜୁରଙ୍କ ଚତୁର୍ଥଥର ନିଲମ୍ୱିତ ହେବା ସହିତ ତାଙ୍କୁ ଏହା ପୁର୍ବରୁ ପଦୋନ୍ନତି କରାଯାଇଥିବା ନଜିର ରହିଛି । ତେବେ ବାରମ୍ବାର ଡ.କୁଜୁର ନିଲମ୍ବିତ ହେବା ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ଡିୟୁଟି ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଜାରିରଖିବା ଘଟଣା ଶିକ୍ଷା ବାତାବରଣରେ ତଥା ଛାତ୍ରଛାତ୍ରୀ ଏବଂ ଅନ୍ୟ ଅଧ୍ୟାପକଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହେଉଛି ।