ମହଙ୍ଗା ପଡିଲା ଟ୍ରେନ୍‌ରୁ ପାଲ ଚୋରି, ଜୀବନ୍ତ ଜଳିଗଲେ ଯୁବକ

ଆଠଗଡ ୧୪/୦୨: କୋଇଲା ବୋଝେଇ ଟ୍ରେନ୍‌ରୁ ପାଲ ଚୋରି କରିବା ବେଳେ ଅଘଟଣ । ଟ୍ରେନ୍‌ ଉପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେ ଛ ଗାଁର ବାସିନ୍ଦା ବୋଲି ଅନୁମାନ କରାଯାଉଛି । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ନିକଟ ପାର୍କିଂରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନାଥାଉକି, ଶୁକ୍ରବାର ସକାଳେ ଜଣେ ଯୁବକ କୋଇଲା ବୋଝେଇ ଟ୍ରେନ୍‌ରୁ ପାଲକୁ ଚୋରି କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଦୌଡ଼ି ଆସିଥିଲେ । ଲୋକେ ଆସି ପହଞ୍ଚିଲା ବେଳକୁ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ଶରୀର ହୁତୁହୁତୁ ହୋଇ ଜଳିଥିଲା । ଏହା ଦେଖି ତୁରନ୍ତ ରେଲୱେ ପୋଲିସ ଏବଂ ରେଲ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରେଲୱେ ପୋଲିସ ଏବଂ ରେଳ ବିଭାଗର ଅଧିକାରୀ ତଦନ୍ତ ଆରମ୍ଭ କରିଛି । 

ମହଙ୍ଗା ପଡିଲା ଟ୍ରେନ୍‌ରୁ ପାଲ ଚୋରି, ଜୀବନ୍ତ ଜଳିଗଲେ ଯୁବକ

ଆଠଗଡ ୧୪/୦୨: କୋଇଲା ବୋଝେଇ ଟ୍ରେନ୍‌ରୁ ପାଲ ଚୋରି କରିବା ବେଳେ ଅଘଟଣ । ଟ୍ରେନ୍‌ ଉପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେ ଛ ଗାଁର ବାସିନ୍ଦା ବୋଲି ଅନୁମାନ କରାଯାଉଛି । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ନିକଟ ପାର୍କିଂରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନାଥାଉକି, ଶୁକ୍ରବାର ସକାଳେ ଜଣେ ଯୁବକ କୋଇଲା ବୋଝେଇ ଟ୍ରେନ୍‌ରୁ ପାଲକୁ ଚୋରି କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଦୌଡ଼ି ଆସିଥିଲେ । 

ଲୋକେ ଆସି ପହଞ୍ଚିଲା ବେଳକୁ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ଶରୀର ହୁତୁହୁତୁ ହୋଇ ଜଳିଥିଲା । ଏହା ଦେଖି ତୁରନ୍ତ ରେଲୱେ ପୋଲିସ ଏବଂ ରେଲ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରେଲୱେ ପୋଲିସ ଏବଂ ରେଳ ବିଭାଗର ଅଧିକାରୀ ତଦନ୍ତ ଆରମ୍ଭ କରିଛି ।