ମହଙ୍ଗା ପଡିଲା ଧର୍ମ ପରିବର୍ତ୍ତନ, ଦୀର୍ଘ ଘଣ୍ଟା ପରେ ବି ପଡିରହିଛି ମୃତଦେହ

ନବରଙ୍ଗପୁର ୨୯/୧୦: ଧର୍ମ ପରିବର୍ତନ ପଡିଲା ମହଙ୍ଗା । କାଲିଠୁ ଘରେ ପଡି ରହିଛି ଶବ । ଶ୍ମଶାନରେ ମିଳିଲାନି ଜାଗା । ପ୍ରଶାସନ ଚେଷ୍ଟା ପରେ ମଧ୍ୟ ମାନିଲେନି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁରେ । ତେଣୁ ଘରେ ପଡି ରହିଛି ମରଶରୀର । ସୂଚନାଥାଉକି, ପ୍ରାୟ ଦୁଇ ବର୍ଷ ତଳେ ପଣ୍ଡିକୋଟ ଗ୍ରାମର ଡୋମୁ ଜାନି ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ କରିଥିଲେ । ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ଚିନ୍ତାରେ ଥିଲେ  ପରିବାର ଲୋକ । ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିଲେ । ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର ସସ୍ମିତା ଜେନା, ପାପଡାହାଣ୍ଡି SDPO ମୀନାକ୍ଷୀ ଠାକୁର ଓ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ । ଫଳରେ ପ୍ରାୟ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଶବ ଘରେ ପଡିରହିଛି । ଅନ୍ୟପଟେ ପଡ଼ିଶାରେ ଶବ ପଡି ରହିଥିବାରୁ ସାହିରେ ଘରେ ଘରେ ରନ୍ଧା ମଧ୍ୟ ବନ୍ଦ ରହିଛି । 

ମହଙ୍ଗା ପଡିଲା ଧର୍ମ ପରିବର୍ତ୍ତନ, ଦୀର୍ଘ ଘଣ୍ଟା ପରେ ବି ପଡିରହିଛି ମୃତଦେହ

ନବରଙ୍ଗପୁର ୨୯/୧୦: ଧର୍ମ ପରିବର୍ତନ ପଡିଲା ମହଙ୍ଗା । କାଲିଠୁ ଘରେ ପଡି ରହିଛି ଶବ । ଶ୍ମଶାନରେ ମିଳିଲାନି ଜାଗା । ପ୍ରଶାସନ ଚେଷ୍ଟା ପରେ ମଧ୍ୟ ମାନିଲେନି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ପୋଣ୍ଡିକୋଟ ଗାଁରେ । ତେଣୁ ଘରେ ପଡି ରହିଛି ମରଶରୀର । 

ସୂଚନାଥାଉକି, ପ୍ରାୟ ଦୁଇ ବର୍ଷ ତଳେ ପଣ୍ଡିକୋଟ ଗ୍ରାମର ଡୋମୁ ଜାନି ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ କରିଥିଲେ । ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ଚିନ୍ତାରେ ଥିଲେ  ପରିବାର ଲୋକ । ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିଲେ । ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର ସସ୍ମିତା ଜେନା, ପାପଡାହାଣ୍ଡି SDPO ମୀନାକ୍ଷୀ ଠାକୁର ଓ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ । ଫଳରେ ପ୍ରାୟ ୩୦ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଶବ ଘରେ ପଡିରହିଛି । ଅନ୍ୟପଟେ ପଡ଼ିଶାରେ ଶବ ପଡି ରହିଥିବାରୁ ସାହିରେ ଘରେ ଘରେ ରନ୍ଧା ମଧ୍ୟ ବନ୍ଦ ରହିଛି ।