ମହଙ୍ଗା ଭତ୍ତା ବୃଦ୍ଧି ପରେ କେତେ ବଢିଯିବ ସରକାରୀ କର୍ମଚାରୀ ଦରମା, ଜାଣନ୍ତୁ…
ନୂଆଦିଲ୍ଲୀ,୮।୩: ହୋଲି ଆଉ କିଛି ଦିନ ବାକି ଅଛି। ହୋଲିର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରରୀ ନରେନ୍ଦ୍ର ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୭ରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ପୂର୍ବରୁ ମହଙ୍ଗା ଭତ୍ତା ୪୦% ରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହା ୫୦% କୁ ବୃଦ୍ଧି ପାଇବମହଙ୍ଗା ଭତ୍ତା ଏହା […] The post ମହଙ୍ଗା ଭତ୍ତା ବୃଦ୍ଧି ପରେ କେତେ ବଢିଯିବ ସରକାରୀ କର୍ମଚାରୀ ଦରମା, ଜାଣନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ହୋଲି ଆଉ କିଛି ଦିନ ବାକି ଅଛି। ହୋଲିର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରରୀ ନରେନ୍ଦ୍ର ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୭ରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ପୂର୍ବରୁ ମହଙ୍ଗା ଭତ୍ତା ୪୦% ରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହା ୫୦% କୁ ବୃଦ୍ଧି ପାଇବମହଙ୍ଗା ଭତ୍ତା ଏହା ସହିତ, ହାଉସ ଭଡା ଭତ୍ତା ଅର୍ଥାତ୍ କର୍ମଚାରୀଙ୍କ ଏଚଆରଏ ମଧ୍ୟ ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତା ବୃଦ୍ଧି ହେତୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ତାହା ଆମେ ଆପଣଙ୍କୁ ଜଣାଇବୁ…
ଗତକାଲି ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ। ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀ ବେତନରେ ମୌଳିକ ବେତନ ଭାବରେ ୩୬୦୦୦ପାଆନ୍ତି । ତେଣୁ ୪୬% ମହଙ୍ଗା ଭତ୍ତା ଅନୁଯାୟୀ ଏହା ୧୬୫୬୦ ଟଙ୍କା ହୋଇଯାଏ । ବର୍ତ୍ତମାନ ଯେତେବେଳେ ମହଙ୍ଗା ଭତ୍ତା ୫୦% ହେବା ପରେ ୧୬୫୬୦ ବଦଳରେ ଆପଣ ୧୮୦୦୦ ପାଇବେ। ଅର୍ଥାତ୍ ଡିଏ ବୃଦ୍ଧି ପରେ ଦରମା ୧୪୪୦ ଟଙ୍କା ବୃଦ୍ଧି ପାଇବ।
The post ମହଙ୍ଗା ଭତ୍ତା ବୃଦ୍ଧି ପରେ କେତେ ବଢିଯିବ ସରକାରୀ କର୍ମଚାରୀ ଦରମା, ଜାଣନ୍ତୁ… appeared first on Dharitri Odia News.