ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଆଜି ଅଙ୍ଗୁଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଉପସ୍ଥିତ ରହି ବୈଜୟନ୍ତଙ୍କ ସହ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଡବଲ ଇଂଜିନ ସରକାର ମହାକାଳପଡ଼ା ବିକାଶକୁ ଶୀର୍ଷରେ ପହଞ୍ଚାଇବ। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତା ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଏହା କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଅଙ୍ଗୁଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଉପସ୍ଥିତ ରହି ବୈଜୟନ୍ତଙ୍କ ସହ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ନିଜ ନିଜ ମା’ ମାନଙ୍କ ନାଁରେ ଗଛ ଲଗାଇବାକୁ ବୈଜୟନ୍ତ ନିବେଦନ କରିଥିଲେ। ସେହିପରି ଆଳି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ମଧ୍ୟ ମତଦାତା ଅଭିନନ୍ଦନ ସଭା ଅନୁଷ୍ଠିତ ହୋଇଯାଇଛି। ଭୁଇଁପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୈଜୟନ୍ତ ମୁଖ୍ୟଅତିଥି ଭାବରେ ଯୋଗଦେଇ ନିଜର ବିଜୟ ପାଇଁ ପ୍ରତ୍ୟେକ ମତଦାତାଙ୍କୁ କୃତଜ୍ଞତା ଜଣାଇଥିଲେ।

୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିଲେ ବୈଜୟନ୍ତ ପଣ୍ତା। ୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇଥିଲେ।