ମହାକାଶଚାରୀ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ସମଗ୍ର ଦେଶ…

ନୂଆଦିଲ୍ଲୀ,୨୫ା୬: ଭାରତୀୟ ବାୟୁସେନା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ବୁଧବାର ମହାକାଶ ଯାତ୍ରା କରିଛନ୍ତି। ଏନେଇ ଶୁଭାଂଶଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଲେଖିଛନ୍ତି, ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି ଶୁଭାଂଶୁ। ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ବିତ। ଭାରତ, ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ ମିଶନ ୪ରେ ସାମିଲ ହୋଇଛନ୍ତି। ମହାକାଶଚାରୀ ପ୍ରମାଣ କରିଛନ୍ତି ଯେ, ବିଶ୍ୱ ଗୋଟିଏ […] The post ମହାକାଶଚାରୀ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ସମଗ୍ର ଦେଶ… appeared first on Dharitri Odia News.

ମହାକାଶଚାରୀ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ସମଗ୍ର ଦେଶ…

ନୂଆଦିଲ୍ଲୀ,୨୫ା୬: ଭାରତୀୟ ବାୟୁସେନା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ବୁଧବାର ମହାକାଶ ଯାତ୍ରା କରିଛନ୍ତି। ଏନେଇ ଶୁଭାଂଶଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଲେଖିଛନ୍ତି, ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି ଶୁଭାଂଶୁ। ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ବିତ। ଭାରତ, ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ ମିଶନ ୪ରେ ସାମିଲ ହୋଇଛନ୍ତି। ମହାକାଶଚାରୀ ପ୍ରମାଣ କରିଛନ୍ତି ଯେ, ବିଶ୍ୱ ଗୋଟିଏ ପରିବାର ‘ବସୁଧୈବ କୁଟୁମ୍ବକମ୍‌’ ବୋଲି ରାଷ୍ଟ୍ରପତି ଲେଖିଛନ୍ତି।

ସେହିପରି ଭାରତୀୟ ବାୟୁସେନା ମଧ୍ୟ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଛି। କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଉପରେ ଟ୍ୱିଟ୍ କରି କହିଛି ଯେ, ଏହି ମିଶନ କେବଳ ଏକ ଉଡ଼ାଣ ନୁହେଁ ବରଂ ଭାରତର ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। IAF ଲେଖିଛି,ଆକାଶରୁ ତାରା ପର୍ଯ୍ୟନ୍ତ, ଏହି ଯାତ୍ରା ଆମର ବାୟୁ ଯୋଦ୍ଧାଙ୍କ ଶକ୍ତିର ପ୍ରତୀକ। ଶୁଭାଂଶୁ ପୁଣି ଥରେ ପୃଥିବୀରୁ ତ୍ରିରଙ୍ଗା ବାହାର କରୁଛନ୍ତି। ଏହା ୪୧ ବର୍ଷ ପରେ ରାକେଶ ଶର୍ମାଙ୍କ ମିଶନ ପରି ଏକ ଐତିହାସିକ ମୁହୂର୍ତ୍ତ।

The post ମହାକାଶଚାରୀ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ସମଗ୍ର ଦେଶ… appeared first on Dharitri Odia News.