ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌) ଏବଂ ମହାକୁମ୍ଭ (ମହାକୁମ୍ଭ ଆୟୋଜକ କମିଟି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ମହାକୁମ୍ଭରେ ଆର୍‌ସିପିଏଲ୍‌ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିଛି। ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହ ସୁବିଧାରେ ଜଳପାନର […] The post ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା appeared first on Dharitri Odia News.

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌) ଏବଂ ମହାକୁମ୍ଭ (ମହାକୁମ୍ଭ ଆୟୋଜକ କମିଟି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ମହାକୁମ୍ଭରେ ଆର୍‌ସିପିଏଲ୍‌ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିଛି। ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହ ସୁବିଧାରେ ଜଳପାନର ସୁବିଧା ମଧ୍ୟ ପାଇପାରିବେ। ଏପରିକି ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ କ୍ୟାମ୍ପା ଆଶ୍ରମକୁ ସ୍ବତନ୍ତ୍ର ଭାବେ ନିର୍ମାଣ (ପରିକଳ୍ପନା) କରାଯାଇଛି। ଏହା ବ୍ୟତୀତ ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ପଷ୍ଟ ଓ ସହଜରେ ପଢ଼ି ହେବା ଭଳି ସୂଚନା ଫଳକ (ସାଇନେଜ୍‌) ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରିଛି।
ଏ ସମ୍ପର୍କରେ ଆର୍‌ସିପିଏଲ୍‌ର ସିଇଓ କେତନ ମୋଦି କହିଛନ୍ତି, ପ୍ରୟାଗରାଜ ମହାକୁମ୍ଭ-୨୦୨୫ରେ ଆମର ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ ଥିଲାବେଳେ ଏକ ଘରୋଇ କମ୍ପାନୀ ଭାବେ ଆମେ ଭାରତୀୟ ପରମ୍ପରାଗୁଡିକ ସହ ଗଭୀର ଭାବେ ସଂଯୁକ୍ତ ହେଉଛୁ। ଏହି ପବିତ୍ର ଆୟୋଜନ ଅବସରରେ ଲୋକମାନଙ୍କ ସେବା ଦ୍ୱାରା ଆମେ ଭାରତୀୟ ଗ୍ରାହକଙ୍କ ପରମ୍ପରାକୁ ନୂଆ ରୂପ ମଧ୍ୟ ଦେଉଛୁ।
ସୂଚନାଯୋଗ୍ୟ, ମହାକୁମ୍ଭର ପବିତ୍ର ପର୍ବ ଆରମ୍ଭ ହୋଇଯାଇଛି। ପୌଷ ପୂର୍ଣ୍ଣିମାରେ ମହାକୁମ୍ଭର ପ୍ରଥମ ସ୍ନାନ ୨୦୨୫ ଜାନୁଆରୀ ୧୩ରେ ଅନୁଷ୍ଠିତ ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରୟାଗରାଜକୁ ଆସିଛନ୍ତି। କୁମ୍ଭର ପ୍ରଥମ ଦିନ ସ୍ନାନ ପାଇଁ ତ୍ରିବେଣୀରେ ଶ୍ରଦ୍ଧାଳୁମାନଙ୍କ ସମାଗମ ଲାଗି ରହିଥିଲା। ଅପରପକ୍ଷରେ ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ସମାବେଶ ମଧ୍ୟରୁ ମହାକୁମ୍ଭ ଅନ୍ୟତମ ହୋଇଥିଲାବେଳେ ୨୦୨୫ ପ୍ରୟାଗରାଜରେ ଅଂଶଗ୍ରହଣ କରିବା ଏବଂ ସେବା କାର୍ଯ୍ୟ କରିବାର ସୌଭାଗ୍ୟ ଆମକୁ ମିଳିଛି ବୋଲି ରିଲାଏନ୍ସ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ (ଶାହୀ ସ୍ନାନ) ୧୪ ଜାନୁଆରୀରେ ଅନୁଷ୍ଠିତ ହୋଇଯାଇଛି।

The post ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା appeared first on Dharitri Odia News.