‘ମହାକୁମ୍ଭ’ର ଚମତ୍କାର : ୧୫ ବର୍ଷ ପରେ ଫେରିଲା ବ୍ୟକ୍ତିଙ୍କ ସ୍ମରଣଶକ୍ତି, ୨୦୧୦ରୁ ଥିଲେ ନିଖୋଜ
ନୂଆଦିଲ୍ଲୀ ୧୦।୦୨: ‘ମହାକୁମ୍ଭ’ । ଧର୍ମର ଏକ ବଡ଼ ମେଳା । ଯେଉଁଠି ହଜାର ହଜାର ସାଧୁ ଏକାଠି ହୁଅନ୍ତି ତ ଆଉ କିଏ କିଏ ଗଙ୍ଗା-ଯନୁନାଙ୍କ ପବିତ୍ର ସଙ୍ଗମରେ ପକାଇଥାନ୍ତି ବୁଡ଼ । ହେଲେ ଏହି ‘ମହାକୁମ୍ଭ’ ଶବ୍ଧ କରିଛି ବଡ଼ ଚମତ୍କାର । ମହାକୁମ୍ଭ ଶବ୍ଧ ଶୁଣି ଜଣେ ବ୍ୟକ୍ତିଙ୍କର ସ୍ମରଣଶକ୍ତି ୧୫ ବର୍ଷ ପରେ ଫେରିଛି । ଝାଡଖଣ୍ଡ ନିବାସୀ ପ୍ରକାଶ ମହନ୍ତ କୋଲକାତା ନଗର ନିଗମରେ କାମ କରୁଥିଲେ । ସେ ମାନସିକ ରୋଗରେ ପୀଡିତ ଥିଲେ । ତେବେ ୯ ମେ ୨୦୧୦ରେ ଟ୍ରେନ୍ ଯୋଗେ କୋଲକାତା ଅଭିମୁଖେ ଯାଉଥିଲେ । ହେଲେ ଏହି ସମୟରେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ତାଙ୍କ ସଂପର୍କରେ କୌଣସି ତଥ୍ୟ ମିଳିନଥିଲା । ଶେଷରେ ପରିବାର ଲୋକ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ଦୁଇ ଦିନ ତଳେ ପ୍ରକାଶ ଜୀବିତ ଥିବା କଥା ପରିବାର ଲୋକ ଜାଣିଥିଲେ । ଯାହାକୁ ଶୁଣି ପରିବାର ଲୋକ ଝାଡଖଣ୍ଡରୁ କୋଲକାତା ଅଭିମୁଖେ ବାହାରିଥିଲେ, ଆଉ ପ୍ରକାଶଙ୍କ ସହିତ ଭେଟିଥିଲେ । ତେବେ ଦୀର୍ଘ ୧୫ ବର୍ଷ ତଳେ ନିଖୋଜ ଥିବା ପ୍ରକାଶ ଏତେ ଦିନ ଯାଏଁ କେଉଁଠି ଥିଲେ । ଆସନ୍ତୁ ଜାଣିବା କଣ କହୁଛନ୍ତି କୋଲକାତା ନିବାସୀ ସୁମିତ । ତେବେ ସୁମିତଙ୍କ କହିବା ଅନୁଯାୟୀ, ୧୦ ବର୍ଷ ତଳେ ପ୍ରକାଶ ରାସ୍ତାକଡ଼ରେ ବୁଲିଥିବାର ତାଙ୍କ ବାପା ଠାବ କରିଥିଲେ । ଏହାପରେ ତାଙ୍କୁ ଆଣି ନିଜ ପରିବାର ସହିତ ରଖିଥିଲେ । ଏପିରିକି
ନୂଆଦିଲ୍ଲୀ ୧୦।୦୨: ‘ମହାକୁମ୍ଭ’ । ଧର୍ମର ଏକ ବଡ଼ ମେଳା । ଯେଉଁଠି ହଜାର ହଜାର ସାଧୁ ଏକାଠି ହୁଅନ୍ତି ତ ଆଉ କିଏ କିଏ ଗଙ୍ଗା-ଯନୁନାଙ୍କ ପବିତ୍ର ସଙ୍ଗମରେ ପକାଇଥାନ୍ତି ବୁଡ଼ । ହେଲେ ଏହି ‘ମହାକୁମ୍ଭ’ ଶବ୍ଧ କରିଛି ବଡ଼ ଚମତ୍କାର । ମହାକୁମ୍ଭ ଶବ୍ଧ ଶୁଣି ଜଣେ ବ୍ୟକ୍ତିଙ୍କର ସ୍ମରଣଶକ୍ତି ୧୫ ବର୍ଷ ପରେ ଫେରିଛି ।
ଝାଡଖଣ୍ଡ ନିବାସୀ ପ୍ରକାଶ ମହନ୍ତ କୋଲକାତା ନଗର ନିଗମରେ କାମ କରୁଥିଲେ । ସେ ମାନସିକ ରୋଗରେ ପୀଡିତ ଥିଲେ । ତେବେ ୯ ମେ ୨୦୧୦ରେ ଟ୍ରେନ୍ ଯୋଗେ କୋଲକାତା ଅଭିମୁଖେ ଯାଉଥିଲେ । ହେଲେ ଏହି ସମୟରେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ତାଙ୍କ ସଂପର୍କରେ କୌଣସି ତଥ୍ୟ ମିଳିନଥିଲା । ଶେଷରେ ପରିବାର ଲୋକ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ଦୁଇ ଦିନ ତଳେ ପ୍ରକାଶ ଜୀବିତ ଥିବା କଥା ପରିବାର ଲୋକ ଜାଣିଥିଲେ । ଯାହାକୁ ଶୁଣି ପରିବାର ଲୋକ ଝାଡଖଣ୍ଡରୁ କୋଲକାତା ଅଭିମୁଖେ ବାହାରିଥିଲେ, ଆଉ ପ୍ରକାଶଙ୍କ ସହିତ ଭେଟିଥିଲେ ।
ତେବେ ଦୀର୍ଘ ୧୫ ବର୍ଷ ତଳେ ନିଖୋଜ ଥିବା ପ୍ରକାଶ ଏତେ ଦିନ ଯାଏଁ କେଉଁଠି ଥିଲେ । ଆସନ୍ତୁ ଜାଣିବା କଣ କହୁଛନ୍ତି କୋଲକାତା ନିବାସୀ ସୁମିତ । ତେବେ ସୁମିତଙ୍କ କହିବା ଅନୁଯାୟୀ, ୧୦ ବର୍ଷ ତଳେ ପ୍ରକାଶ ରାସ୍ତାକଡ଼ରେ ବୁଲିଥିବାର ତାଙ୍କ ବାପା ଠାବ କରିଥିଲେ । ଏହାପରେ ତାଙ୍କୁ ଆଣି ନିଜ ପରିବାର ସହିତ ରଖିଥିଲେ । ଏପିରିକି ସୁମିତଙ୍କ ବାପାଙ୍କର ଥିବା ହୋଟେଲ୍ରେ କାମ କରିବାକୁ ସୁଯୋଗ ଦେଇଥିଲେ । ହୋଟେଲ୍ରେ ପ୍ରକାଶଙ୍କୁ କୁସ୍ତି ଯୋଦ୍ଧା ବୋଲି ସମସ୍ତେ ଡାକନ୍ତି । ତେବେ ଏହି ସମୟରେ ସୁମିତଙ୍କ ପରିବାର ଲୋକ ଉତ୍ତରପ୍ରଦେଶରେ ଚାଲିଥିବା ମହାକୁମ୍ଭ ଯାତ୍ରାକୁ ଯିବା ଲାଗି ଆଲୋଚନା କରୁଥିଲେ । ଏହି ସମୟରେ ହଠାତ୍ ପ୍ରକାଶଙ୍କର ଫେରିଥିଲେ ସ୍ମରଣଶକ୍ତି । ଆଉ କହିଥିଲେ କି ମୋ ଘର ଝାଡଖଣ୍ଡରେ , ମୁଁ ସେଠାକୁ ଯିବାକୁ ଚାହୁଁଛି । ପରିବାର ଲୋକ ପ୍ରକାଶଙ୍କ ପରିବାର ସଂପର୍କରେ ସମସ୍ତ ତଥ୍ୟ ଯୋଗାଡ଼ କରିଥିଲେ । ଏହାପରେ ଝାଡ଼ଖଣ୍ଡରେ ରହୁଥିବାର ପ୍ରକାଶଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ । କୋଡରମା ପୋଲିସକୁ ମଧ୍ୟ ଘଟଣା ସଂପର୍କରେ ଜଣାଇଥିଲେ ସୁମିତ । ଶେଷରେ ଶୁକ୍ରବାର ଦିନ ମରକୋଚ୍ଚ ଥାନା ଅଧିକାରୀ ପ୍ରକାଶ ମହନ୍ତଙ୍କୁ ଥାନା ପରିସରରରେ ନିଜ ପରିବାର ସଦସ୍ୟଙ୍କ ଭେଟ କରାଇଥିଲେ । ଶେଷରେ ଦୀର୍ଘ ୧୫ ବର୍ଷ ପରେ ‘ମହାକୁମ୍ଭ’ ଶବ୍ଧ ପାଇଁ ପରିବାରକୁ ଫେରିପାଇଛନ୍ତି ପ୍ରକାଶ ।