ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର

ପ୍ରୟାଗରାଜର,୨୪।୨: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଲୋକଙ୍କ ଭିଡ଼ କମିବାର ନାଁ ନେଉନାହିଁ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ନେତା ଏବଂ ଅଭିନେତା ମହାକୁମ୍ଭର ପବିତ୍ର ସଙ୍ଗମରେ ବୁଡ଼ ପକାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ବଲିଉଡ ଅଭିନେତା ତଥା ଖିଲାଡି ଷ୍ଟାର ଅକ୍ଷୟ କୁମାର ପ୍ରୟାଗରାଜରେ ପହଞ୍ଚି ପବିତ୍ର ସଙ୍ଗମରେ ବୁଡ଼ ପକାଇଛନ୍ତି। ମହାକୁମ୍ଭରେ ହୋଇଥିବା ବ୍ୟବସ୍ଥା ପାଇଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଙ୍ଗମରେ ବୁଡ଼ […] The post ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର appeared first on Dharitri Odia News.

ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର

ପ୍ରୟାଗରାଜର,୨୪।୨: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଲୋକଙ୍କ ଭିଡ଼ କମିବାର ନାଁ ନେଉନାହିଁ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ନେତା ଏବଂ ଅଭିନେତା ମହାକୁମ୍ଭର ପବିତ୍ର ସଙ୍ଗମରେ ବୁଡ଼ ପକାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ବଲିଉଡ ଅଭିନେତା ତଥା ଖିଲାଡି ଷ୍ଟାର ଅକ୍ଷୟ କୁମାର ପ୍ରୟାଗରାଜରେ ପହଞ୍ଚି ପବିତ୍ର ସଙ୍ଗମରେ ବୁଡ଼ ପକାଇଛନ୍ତି। ମହାକୁମ୍ଭରେ ହୋଇଥିବା ବ୍ୟବସ୍ଥା ପାଇଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସଙ୍ଗମରେ ବୁଡ଼ ପକାଇବା ପରେ, ଅକ୍ଷୟ କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ପ୍ରକୃତରେ ଭଲ ଲାଗିଲା। ମହାକୁମ୍ଭରେ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ମହାକୁମ୍ଭକୁ ସମସ୍ତ ବଡ଼ ବଡ଼ ଲୋକ ଆସୁଛନ୍ତି ଏବଂ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ବହୁତ ଭଲ ହୋଇଛି। ଏନେଇ ସେ ସମସ୍ତ କର୍ମଚାରୀ ଏବଂ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ଅକ୍ଷୟ କୁମାର ଏକ ଧଳା କୁର୍ତ୍ତା-ପାଇଜାମା ପିନ୍ଧି ମେଳାକୁ ଆସିଥିଲେ। ଅକ୍ଷୟଙ୍କ ଠିକିଏ ଏକ ଝଲକ ପାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ କଡ଼ା ସୁରକ୍ଷା ମଧ୍ୟରେ ଅକ୍ଷୟ ସଙ୍ଗମରେ ପହଞ୍ଚି ବୁଡ଼ ପକାଇଥିଲେ।

The post ମହାକୁମ୍ଭରେ ବୁଡ଼ ପକାଇଲେ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର appeared first on Dharitri Odia News.