ମହାତ୍ମା ଗାନ୍ଧୀ ଭାରତର ଜାତିର ପିତା ନଥିଲେ, ବରଂ ସେ ପାକିସ୍ତାନର ପିତା ଥିଲେ, ଅଭିଜିତ୍ ଭଟ୍ଟାଚାର୍ଯ୍ୟ
ବଲିଉଡର ଜଣେ ଚର୍ଚ୍ଚିତ ଗାୟକଙ୍କ ହେଉଛନ୍ତି ଅଭିଜିତ୍ ଭଟ୍ଟାଚାର୍ଯ୍ୟ । ଯିଏକି ନବେ ଦଶକର ପ୍ରସିଦ୍ଧ ଗାୟକ ଭାବେ ବେଶ୍ ପରିଚିତ । କିଛିଦିନ ହେଲା ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଶାହାରୁଖ ଖାନ୍ ଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଏବେ ପୁଣିଥରେ ସେ ବିବାଦ ଭିତରେ ଛନ୍ଦି ହୋଇଛନ୍ତି । ମହାତ୍ମାଗାନ୍ଧି ହେଉଛନ୍ତି ପାକିସ୍ତାନର ପିତା । ପାକିସ୍ତାନର ଅସ୍ତିତ୍ୱ ପାଇଁ ଗାନ୍ଧୀ ଦାୟୀ ଗାୟକ ସ୍ପଷ୍ଟ କରିଛନ୍ତି । […] The post ମହାତ୍ମା ଗାନ୍ଧୀ ଭାରତର ଜାତିର ପିତା ନଥିଲେ, ବରଂ ସେ ପାକିସ୍ତାନର ପିତା ଥିଲେ, ଅଭିଜିତ୍ ଭଟ୍ଟାଚାର୍ଯ୍ୟ appeared first on KNews Odisha.

ବଲିଉଡର ଜଣେ ଚର୍ଚ୍ଚିତ ଗାୟକଙ୍କ ହେଉଛନ୍ତି ଅଭିଜିତ୍ ଭଟ୍ଟାଚାର୍ଯ୍ୟ । ଯିଏକି ନବେ ଦଶକର ପ୍ରସିଦ୍ଧ ଗାୟକ ଭାବେ ବେଶ୍ ପରିଚିତ । କିଛିଦିନ ହେଲା ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଶାହାରୁଖ ଖାନ୍ ଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଏବେ ପୁଣିଥରେ ସେ ବିବାଦ ଭିତରେ ଛନ୍ଦି ହୋଇଛନ୍ତି ।
ମହାତ୍ମାଗାନ୍ଧି ହେଉଛନ୍ତି ପାକିସ୍ତାନର ପିତା । ପାକିସ୍ତାନର ଅସ୍ତିତ୍ୱ ପାଇଁ ଗାନ୍ଧୀ ଦାୟୀ ଗାୟକ ସ୍ପଷ୍ଟ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ‘ପାକିସ୍ତାନର ପିତା’ ବୋଲି କହିବାରୁ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ଦାବି କରିଛନ୍ତି । ସହଜରେ ଲୋକେ ଏହା ଗ୍ରହଣ କରିପାରୁନାହାନ୍ତି । ପୋଲିସ ଷ୍ଟେସନରେ ମାମଲା ରୁଜୁ କରିବା ପାଇଁ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । ଥାନାରେ ଉପସ୍ଥିତ ପୋଲିସକର୍ମୀ ଏପର୍ଯ୍ୟନ୍ତ ଏହି ମାମଲାରେ ଅଭିଯୋଗ ଦାଖଲ କରିନାହାଁନ୍ତି ।
ଆବେଦନରେ ଆହୁରି କୁହାଯାଇଛି ଯେ ଗାୟକଙ୍କ ବିରୋଧରେ ‘ମହାତ୍ମା ଗାନ୍ଧୀଙ୍କୁ ବଦନାମ ଏବଂ ଅପମାନ କରିବା ଏବଂ ସମାଜରେ ଫାଟ ସୃଷ୍ଟି କରିବା’ ପାଇଁ ମାମଲା ରୁଜୁ କରାଯିବା ଉଚିତ। ପୋଲିସ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ନ କରେ, ତେବେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।
ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ପରି ଜଣେ ଜାତୀୟ ମହାପୁରୁଷଙ୍କ ନାମ ନିଆଯାଏ, ସେତେବେଳେ ଅଧିକ ଯତ୍ନବାନ ହେବା ଉଚିତ୍ । ସବୁବେଳେ ଏକ ବିଭାଗ ରହିବ ଯାହା ମହାତ୍ମା ଗାନ୍ଧୀଙ୍କ ନିଷ୍ପତ୍ତି କିମ୍ବା ନୀତି ସହ ସହମତ ହୋଇନପାରେ । କିନ୍ତୁ ଦେଶରେ ସେମାନଙ୍କୁ ଅତ୍ୟଧିକ ପ୍ରେମ ଓ ଭଲପାଇବା ହେତୁ ସମ୍ମାନର ସହିତ ପିତା ବ୍ୟବହାର କରାଯାଏ । ସେ କହିଥିଲେ , ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ଭାରତ ବିଭାଜନରେ କଦାପି ରାଜି ହେବି ନାହିଁ ବୋଲି ତାଙ୍କ ଆଇନଗତ ବିଜ୍ଞପ୍ତିରେ କୁହାଯାଇଛି ।
Also read:ମୁଁ କଣ ପାଗଳ ..କିଛି ଏଭଳି ଥିଲା ଏଆର ରେହେମାନଙ୍କ ସହ ଅନୁଭୂତି, ଖୁଲାସା କଲେ ଅଭିଜିତ
The post ମହାତ୍ମା ଗାନ୍ଧୀ ଭାରତର ଜାତିର ପିତା ନଥିଲେ, ବରଂ ସେ ପାକିସ୍ତାନର ପିତା ଥିଲେ, ଅଭିଜିତ୍ ଭଟ୍ଟାଚାର୍ଯ୍ୟ appeared first on KNews Odisha.