ମହାଦେବ ବ୍ୟାଟିଂ ଆପ୍ ମାମଲାରେ ପଶ୍ଚିମବଙ୍ଗ, ମୁମ୍ବାଇ ସମେତ ୧୫ ସ୍ଥାନରେ ଇଡି ଚଢ଼ଉ
ନୂଆଦିଲ୍ଲ: ୬ହଜାର କୋଟି ଟଙ୍କାର ମହାଦେବ ବ୍ୟାଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦିଲ୍ଲୀ, ପଶ୍ଚିମବଙ୍ଗ, ମୁମ୍ବାଇ ସମେତ ୧୫ଟି ସ୍ଥାନରେ ଚଢ଼ଉ କରିଛି। ୧୧ ଦିନ ପୂର୍ବରୁ ମହାଦେବ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲଙ୍କ ସମେତ ପ୍ରମୁଖ ସହଯୋଗୀ ନୀତୀଶ ଦିୱାନ୍ଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ଜେରା ବେଳେ ତାଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଆଜି ୧୫ଟି ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ […]

ନୂଆଦିଲ୍ଲ: ୬ହଜାର କୋଟି ଟଙ୍କାର ମହାଦେବ ବ୍ୟାଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦିଲ୍ଲୀ, ପଶ୍ଚିମବଙ୍ଗ, ମୁମ୍ବାଇ ସମେତ ୧୫ଟି ସ୍ଥାନରେ ଚଢ଼ଉ କରିଛି। ୧୧ ଦିନ ପୂର୍ବରୁ ମହାଦେବ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲଙ୍କ ସମେତ ପ୍ରମୁଖ ସହଯୋଗୀ ନୀତୀଶ ଦିୱାନ୍ଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ଜେରା ବେଳେ ତାଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଆଜି ୧୫ଟି ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନାନୁସାରେ, ଏହି ମାମଲାରେ ଛତିଶଗଡ଼ର ଅନେକ ବଡ଼ ନେତା ଓ ବରଷ୍ଠି ଅଧିକାରୀ ସମ୍ପୃକ୍ତ ଅଛନ୍ତି। ଉକ୍ତ ମାମଲାରେ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କୁ ଗିରଫ କରାଯାଇଛି। ନିକଟରେ ଇଣ୍ଟରପୋଲ୍ ‘ରେଡ୍କର୍ନର’ ନୋଟିସ ପରେ ଦୁବାଇରେ ଦୁଇ ପ୍ରମୋଟର ଚନ୍ଦ୍ରକର ଓ ଉପ୍ପଲଙ୍କୁ ଗିରଫ କରାଯାଇଥିଲା। ୟୁଏଇରେ ଅଟକ ଥିବା ଉକ୍ତ ୨ ଜଣଙ୍କୁ ଭାରତ ଆଣିବା ପାଇଁ ଆବଶ୍ୟକ ଆଇନଗତ ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରକର,ଦୁବାଇର ରାସ ଅଲ ଖାଇମାରେ ଫେବ୍ରୁଆରୀ ୨୦୨୩ରେ ବିବାହ କରିଥିଲେ। ଏହି ବିବାହ କାର୍ଯ୍ୟକ୍ରମରେ ୨ଶହ କୋଟି ଟଙ୍କା ବ୍ୟୟ କରାଯାଇଥିଲା।