ଏସସିବିରେ ହାଉସ ସର୍ଜ୍ଜନ ଏବଂ ନର୍ସିଂ ଷ୍ଟାଫ ମୁହାଁମୁହିଁ
କଟକ : କଟକ ଏସିବି ମେଡିକାଲରେ ଉତ୍ତେଜନା I ହାଉସ ସର୍ଜନ ଏବଂ ନର୍ସିଂ ଷ୍ଟାଫ ମୁହାଁମୁହିଁ । ନର୍ସିଂ ଦିଦିଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହାଉସ ସର୍ଜନଙ୍କୁ ନର୍ସିଂ ଦିଦି ମାନେ ଦୁର୍ବବ୍ୟବହାର କରିଥିବା ପାଲଟା ଅଭିଯୋଗ ହୋଇଛି। ଯାହାକୁ ନେଇ ଏସସିବିରେ ଧାରଣାରେ ୬୦୦ କର୍ମଚାରୀ । ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ହୋଇଥିଲା । ହାଉସ ସର୍ଜନ ଆସିବାରେ […]

କଟକ : କଟକ ଏସିବି ମେଡିକାଲରେ ଉତ୍ତେଜନା I ହାଉସ ସର୍ଜନ ଏବଂ ନର୍ସିଂ ଷ୍ଟାଫ ମୁହାଁମୁହିଁ । ନର୍ସିଂ ଦିଦିଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହାଉସ ସର୍ଜନଙ୍କୁ ନର୍ସିଂ ଦିଦି ମାନେ ଦୁର୍ବବ୍ୟବହାର କରିଥିବା ପାଲଟା ଅଭିଯୋଗ ହୋଇଛି। ଯାହାକୁ ନେଇ ଏସସିବିରେ ଧାରଣାରେ ୬୦୦ କର୍ମଚାରୀ ।
ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ହୋଇଥିଲା । ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ଡିଉଟିରେ ଥିବା ଥିବା ନର୍ସିଂ ଦିଦି । ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଦିଦିଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର । ଏନେଇ କଟକ ବଡ଼ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରାଯାଇଛି।