ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଆଇନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର ୦୫।୦୫ : ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି । ତେବେ ରବିବାର ଦିନ ବସିଥିବା ଶ୍ରମନ୍ଦିର ପ୍ରଶାସନର ବୈଠକ ବାବଦରେ ଆଇନମନ୍ତ୍ରୀଙ୍କ ଅବଗତ କରିବେ ଶ୍ରୀମନ୍ଦିର ପ୍ରଶାସକ । ଏହାସହ ଦୀଘାରେ ଜଗନ୍ନାଥ ଧାମ ଲେଖାଯିବ, ପୁରୀ ସେବାୟତ ପଶ୍ଚିମବଙ୍ଗ ଯାଇ ଦୀଘା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ, ବଳକା ଦାରୁ ମୂର୍ତ୍ତି ନିର୍ମାଣ ହେବା ଭଳି ପ୍ରସଙ୍ଗରେ ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୂର୍ବରୁ ଚିଠି ଲେଖିଥିଲେ ଆଇନମନ୍ତ୍ରୀ ।
ଭୁବନେଶ୍ୱର ୦୫।୦୫ : ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି ।
ତେବେ ରବିବାର ଦିନ ବସିଥିବା ଶ୍ରମନ୍ଦିର ପ୍ରଶାସନର ବୈଠକ ବାବଦରେ ଆଇନମନ୍ତ୍ରୀଙ୍କ ଅବଗତ କରିବେ ଶ୍ରୀମନ୍ଦିର ପ୍ରଶାସକ । ଏହାସହ ଦୀଘାରେ ଜଗନ୍ନାଥ ଧାମ ଲେଖାଯିବ, ପୁରୀ ସେବାୟତ ପଶ୍ଚିମବଙ୍ଗ ଯାଇ ଦୀଘା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ, ବଳକା ଦାରୁ ମୂର୍ତ୍ତି ନିର୍ମାଣ ହେବା ଭଳି ପ୍ରସଙ୍ଗରେ ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୂର୍ବରୁ ଚିଠି ଲେଖିଥିଲେ ଆଇନମନ୍ତ୍ରୀ ।