ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୬ା୩(ଗୌରୀଶଙ୍କର ପଣ୍ଡା): ଛତିଶଗଡ ସୁକ୍‌ମା ଜିଲାରେ ଯବାନମାନେ ମାଓ କ୍ୟାମ୍ପ ଉପରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୁକ୍‌ମା ଜିଲା ଚିନ୍ତାଲନାର ଥାନା ଅନ୍ତର୍ଗତ ନବୀନ କ୍ୟାମ୍ପ ରାୟଗୁଡେମ ଜବ୍ବାଗଟା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତ ଥିବା ଖବର ପାଇ ଜିଲା ପୋଲିସ ଓ ସିଆରପିଏଫ ଯବାନ ମିଳିତ ଭାବେ ଅଞ୍ଚଳରେ କୋମ୍ବିଂ ଅପରେଶନ କରିଥିଲେ। ଉକ୍ତ ଜଙ୍ଗଲର ଗୋଟିଏ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଏକ ଡମ୍ପ ଜବତ କରିଥିଲେ। ଘଟଣାସ୍ଥଳରେ […] The post ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର appeared first on Dharitri Odia News.

ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୬ା୩(ଗୌରୀଶଙ୍କର ପଣ୍ଡା): ଛତିଶଗଡ ସୁକ୍‌ମା ଜିଲାରେ ଯବାନମାନେ ମାଓ କ୍ୟାମ୍ପ ଉପରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୁକ୍‌ମା ଜିଲା ଚିନ୍ତାଲନାର ଥାନା ଅନ୍ତର୍ଗତ ନବୀନ କ୍ୟାମ୍ପ ରାୟଗୁଡେମ ଜବ୍ବାଗଟା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତ ଥିବା ଖବର ପାଇ ଜିଲା ପୋଲିସ ଓ ସିଆରପିଏଫ ଯବାନ ମିଳିତ ଭାବେ ଅଞ୍ଚଳରେ କୋମ୍ବିଂ ଅପରେଶନ କରିଥିଲେ। ଉକ୍ତ ଜଙ୍ଗଲର ଗୋଟିଏ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଏକ ଡମ୍ପ ଜବତ କରିଥିଲେ। ଘଟଣାସ୍ଥଳରେ କୌଣସି ମାଓବାଦୀ ନ ଥିବା ଦେଖିବାକୁ ପାଇଥିଲେ। ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରୁ ୩ ଦେଶୀ ବନ୍ଧୁକ, ୬ ଲୁହା ସ୍ପାଇକ୍‌ , ୨ ଟିଫିନ ବୋମା, ୟୁରିଆ ୨୦ କେଜି, ତାର ୧୬୫ ମିଟର, ସୋଲାର ବ୍ୟାଟେରି ୫, ସେଲ ବ୍ୟାଟେରି ୨୦ଟି, କ୍ଲେମର ମାଇନ୍‌ ପାଇପ୍‌ ଦୁଇଗୋଟି ଆଦି ଜବତ କରାଯାଇଛି।

The post ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର appeared first on Dharitri Odia News.