ମହାନଦୀରେ ଭାସିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର,୧୨।୧୦: ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଦ୍ୱୟ ହେଲେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଏସ.କନିସ୍କ ଓ ହିମାଂଶୁ। ଉଭୟେ କ୍ଷେତରାଜପୁରସ୍ଥିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ଘାଟକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇଥିବାବେଳେ ପାଣି ସ୍ରୋତରେ ୨ ଜଣ ଭାସି ଯାଇଥିଲେ।ସ୍ଥାନୀୟ ଲୋକେ ଛାତ୍ର ୨ଜଣ ଭାସି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ […] The post ମହାନଦୀରେ ଭାସିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର appeared first on Dharitri Odia News.
ଭୁବନେଶ୍ୱର,୧୨।୧୦: ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଦ୍ୱୟ ହେଲେ ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଏସ.କନିସ୍କ ଓ ହିମାଂଶୁ। ଉଭୟେ କ୍ଷେତରାଜପୁରସ୍ଥିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ଘାଟକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇଥିବାବେଳେ ପାଣି ସ୍ରୋତରେ ୨ ଜଣ ଭାସି ଯାଇଥିଲେ।ସ୍ଥାନୀୟ ଲୋକେ ଛାତ୍ର ୨ଜଣ ଭାସି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ବହୁତ ଖୋଜାଖୋଜି କରିଥିଲେ,ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚଅପରେଶନ ଚାଲିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା।
The post ମହାନଦୀରେ ଭାସିଯାଇଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର appeared first on Dharitri Odia News.