ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ
ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ନୂଆକରି ରାଜନୀତିରେ ଏଣ୍ଟ୍ରି ମାରିଥିବା ଏହି ରାଜନେତାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଗୁରୁବାର ସକାଳୁ ମନ୍ମଥ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହିତି ସେଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଦୌଡିଛନ୍ତି। ଦର୍ଶନ ସମ୍ରରେ ସେ ଶଙ୍ଖ ଫୁଙ୍କିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା […] The post ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ appeared first on Dharitri Odia News.
ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ନୂଆକରି ରାଜନୀତିରେ ଏଣ୍ଟ୍ରି ମାରିଥିବା ଏହି ରାଜନେତାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି।
ଗୁରୁବାର ସକାଳୁ ମନ୍ମଥ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହିତି ସେଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଦୌଡିଛନ୍ତି। ଦର୍ଶନ ସମ୍ରରେ ସେ ଶଙ୍ଖ ଫୁଙ୍କିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କର କର୍ମୀମାନେ ଯାଉଥିବା ଦେଖାଯାଇଛି। ତେବେ ସେ ଗୁରୁବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାର୍ଥିପତ୍ର ଦାଖଲ କରିବେ।
The post ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ appeared first on Dharitri Odia News.