ଲୋକେ କହୁଛନ୍ତି ଜୁନିୟର ମୋଦି: କିଏ ସେ ଯୁବକ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ…
ଚେନ୍ନାଇ,୨୭।୧ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡରେ ରହୁଛି। ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ ସହିତ ଏପର୍ଯ୍ୟନ୍ତ ୪୫ହଜାର ପୋଷ୍ଟ କରାଯାଇଛି। ଏହି ପୋଷ୍ଟଗୁଡିକରେ ଲୋକମାନେ ଆନ୍ନାମଲାଇଙ୍କୁ ଜୁନିଅର ମୋଦି ବୋଲି କହୁଛନ୍ତି । ଆନ୍ନାମଲାଇ ଜଣେ ଭାଜପା ନେତା, ସେ ତାମିଲନାଡୁରେ ବହୁତ ଲୋକପ୍ରିୟ। ଆନ୍ନାମଲାଇର ସମ୍ପୂର୍ଣ୍ଣ ନାମ ହେଉଛି ଅନ୍ନାମଲାଇ କୁପୁସାମି, କିନ୍ତୁ ଲୋକମାନେ ସ୍ନେହରେ ତାଙ୍କୁ କେବଳ ଆନ୍ନାମଲାଇ ବୋଲି […] The post ଲୋକେ କହୁଛନ୍ତି ଜୁନିୟର ମୋଦି: କିଏ ସେ ଯୁବକ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ… appeared first on Dharitri Odia News.
ଚେନ୍ନାଇ,୨୭।୧ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡରେ ରହୁଛି। ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ ସହିତ ଏପର୍ଯ୍ୟନ୍ତ ୪୫ହଜାର ପୋଷ୍ଟ କରାଯାଇଛି। ଏହି ପୋଷ୍ଟଗୁଡିକରେ ଲୋକମାନେ ଆନ୍ନାମଲାଇଙ୍କୁ ଜୁନିଅର ମୋଦି ବୋଲି କହୁଛନ୍ତି ।
ଆନ୍ନାମଲାଇ ଜଣେ ଭାଜପା ନେତା, ସେ ତାମିଲନାଡୁରେ ବହୁତ ଲୋକପ୍ରିୟ। ଆନ୍ନାମଲାଇର ସମ୍ପୂର୍ଣ୍ଣ ନାମ ହେଉଛି ଅନ୍ନାମଲାଇ କୁପୁସାମି, କିନ୍ତୁ ଲୋକମାନେ ସ୍ନେହରେ ତାଙ୍କୁ କେବଳ ଆନ୍ନାମଲାଇ ବୋଲି ଡାକନ୍ତି । ଆନ୍ନାମଲାଇ ସହିତ ଅଧିକାଂଶ ପୋଷ୍ଟରେ ଲୋକମାନେ ଅନ୍ନାମଲାଇଙ୍କୁ ଜଣେ ତୃଣମୂଳ ସ୍ତରର ନେତା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜୁନିଅର ମୋଦୀ ବୋଲି ମଧ୍ୟ କହିଛନ୍ତି। ଏହି ପୋଷ୍ଟଗୁଡିକରେ ଏହା ମଧ୍ୟ କୁହାଯାଇଛି ଆନ୍ନାମଲାଇ ତାମିଲନାଡୁର ପରବର୍ତ୍ତୀ ସିଏମ ହେବେ। ଏହି ପୋଷ୍ଟଗୁଡିକରେ, ଆନ୍ନାମଲାଇ ଗରିବ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ସେମାନଙ୍କ ହାତରୁ ଖାଦ୍ୟ ଖାଉଛନ୍ତି ଏବଂ ଧ୍ୟାନର ସହ ଲୋକଙ୍କ କଥା ଶୁଣୁଥିବାର ଦେଖିବାକୁ ମିଳୁଛି। ସମସ୍ତ ପୋଷ୍ଟରେ ଆନ୍ନାମଲାଇଙ୍କୁ ବହୁତ ପ୍ରଶଂସା କରାଯାଇଛି ।
ଆନ୍ନାମଲାଇ ଜଣେ କୃଷକ ପରିବାରରୁ ଆସିଛନ୍ତି। ସେ ଭାରତର ସବୁଠାରୁ ପ୍ରସିଦ୍ଧ ପରିଚାଳନା ପ୍ରତିଷ୍ଠାନ ଆଇଆଇଏମରେ ଅଧ୍ୟୟନ କରିଥିଲେ। ଏହି ଅବଧିରେ,ସେ ଅଧ୍ୟୟନ କରିବା ସମୟରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଏହା ପରେ ସେ ୟୁପିଏସସି ପରୀକ୍ଷା ଦେଇଥିଲେ ଏବଂ ଆଇପିଏସ ହୋଇଥିଲେ।
Khan market gang can never digest popularity of a nationalist sanatani
No matter how they try, the sun will rise from south
Annamalai
pic.twitter.com/aYrSutInfM
— Sheetal Chopra
Read More
