ମହାବଳଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ
ଗଜପତି ଜଙ୍ଗଲରେ କ୍ୟାମେରାରେ ଟ୍ରାପ ହୋଇଥିବା ମହାବଳଟି ଦୀର୍ଘ ଦିନ ହେଲା ମହାରାଷ୍ଟ୍ର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଏଠି ଘର କରି ରହିଲାଣି।
ମହାବଳଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ। ହଜାର ହଜାର କିଲୋମିଟର ପାର୍ କରି ଆସୁଛନ୍ତି, ଏଠି ନିଜର ଇଲାକା ବି ତିଆରି କରୁଛନ୍ତି। ଏଇ ଯେମିତି ଦୀର୍ଘ ୨୦ ବର୍ଷ ପରେ ସୁନ୍ଦରଗଡ଼ ଜଙ୍ଗଲରେ କ୍ୟାମେରା ଟ୍ରାପ୍ରେ କଏଦ ହୋଇଥିବା ମହାବଳ ବର୍ଷକ ତଳୁ ମଧ୍ୟପ୍ରଦେଶର ସଞ୍ଜୟ ଡୁବୁରୀ ଅଭୟାରଣ୍ୟରୁ ଆସି ଡେରା ପକାଇଛି। ସେହିପରି ଗଜପତି ଜଙ୍ଗଲରେ କ୍ୟାମେରାରେ ଟ୍ରାପ ହୋଇଥିବା ମହାବଳଟି ଦୀର୍ଘ ଦିନ ହେଲା ମହାରାଷ୍ଟ୍ର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଏଠି ଘର କରି ରହିଲାଣି।