ମହାରାଷ୍ଟ୍ର ନିର୍ବାଚନ: ସାନାଙ୍କଠାରୁ ହାରିଗଲେ ସ୍ୱରାଙ୍କ ସ୍ୱାମୀ

ହାରିବା ପରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଲେ ସ୍ୱରା ଓ ତାଙ୍କ ସ୍ୱାମୀ

ମହାରାଷ୍ଟ୍ର ନିର୍ବାଚନ: ସାନାଙ୍କଠାରୁ ହାରିଗଲେ ସ୍ୱରାଙ୍କ ସ୍ୱାମୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମଦ ହାରି ଯାଇଛନ୍ତି। ସେ ଅନୁଶକ୍ତି ନଗର ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ପ୍ରାର୍ଥୀ ସାନା ମଲିକଙ୍କଠାରୁ ପରାସ୍ତ ହୋଇଛନ୍ତି।

ଫହାଦଙ୍କୁ ୪୫,୯୬୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସାନାଙ୍କୁ ୪୯,୩୪୧ ଖଣ୍ଡ ଭୋଟ୍ ମିଳିଛି। ଫଳରେ ଫହାଦ ୩,୩୭୮ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଗତ ଅକ୍ଟୋବର ମାସରେ ଫହାଦ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇ ଶରଦ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଥିଲେ।

ଆଜି ସକାଳେ ଭୋଟ୍ ଗଣତି ଆରମ୍ଭ ହେବା ପରେ ଫହାଦ ଆଗରେ ରହିଥିଲେ। କିନ୍ତୁ ପରେ ସେ ପଛରେ ଚାଲିଥିଲେ। ସେଥିପାଇଁ ବିଜେପି ଏଥିରେ କିଛି କାରସାଦି କରିଛି ବୋଲି ସେ ଅଭିଯୋଗ କରିବା ସହିତ ପୁନଃଗଣତି ଦାବି କରିଛନ୍ତି। ଫହାଦ କହିଛନ୍ତି ଯେ ୧୭ ରାଉଣ୍ଡ ଗଣତି ସୁଦ୍ଧା ସେ ଆଗୁଆ ରହିଥିଲେ। କିନ୍ତୁ ତା’ପରେ ପଛୁଆ ହୋଇଯାଇଥିଲେ। ସେ ଦାବି କରିଛନ୍ତି ଯେ ୯୯% ଚାର୍ଜ ଥିବା ଇଭିଏମ୍‌ ସାନା ମଲିକ ଆଗରେ ଥିବା ଦେଖାଇଥିଲା, କିନ୍ତୁ କମ୍‌ ଚାର୍ଜ ଥିବା ଇଭିଏମ୍‌ ସେ ପଛରେ ଥିବା ଦେଖାଇଥିଲା। ଯେତେବେଳେ ୯୯% ଚାର୍ଜ ଥିବା ଇଭିଏମ୍‌ ଗୁଡ଼ିକ ଖୋଲାଗଲା, ସେତେବେଳଠୁ ବିଜେପି ସମର୍ଥିତ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ପ୍ରାର୍ଥୀ ଆଗରେ ରହିଥିଲେ।

ସେହିପରି ଭୋଟ୍ ଗଣତି ବେଳେ ଫହାଦ ପଛରେ ଚାଲିବା ପରେ ଏହି ସମାନ ଅଭିଯୋଗ ଆଣିଥିଲେ ତାଙ୍କ ଅଭିନେତ୍ରୀ ପତ୍ନୀ ସ୍ୱରା ଭାସ୍କର।