ମହାରାଷ୍ଟ୍ର ବିଧାନସଭାର ଏଣ୍ଟ୍ରି ଗେଟ୍ ସ୍କାନିଂ ମେସିନରେ ନିଆଁ , ଭୟର ମାହୋଲ
ମହାରାଷ୍ଟ୍ର : ଦକ୍ଷିଣ ମୁମ୍ୱାଇ ସ୍ଥିତ ମହାରାଷ୍ଟ୍ର ବିଧାନସଭା ପରିସରରେ ଆଜି (ସୋମବାର) ଏକ ଅଘଟଣ ଘଟିଥିଲା। ଏହାର ପ୍ରବେଶ ଦ୍ୱାରରେ ଲାଗିଥିବା ସ୍କାନରରେ ନିଆଁ ଲାଗି ଯାଇ ଥିଲା। ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି। ସେ କହିଛନ୍ତି ଯେ, ଏହି ଘଟଣା ଦ୍ୱିପ୍ରହର ୩ଟା ସମୟରେ ଘଟି ଥିଲା ଏବଂ ଏଥିରେ କେହି ଆହତ ହୋଇ ନାହାନ୍ତି। ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା କର୍ମୀମାନେ ୫ ମିନିଟ୍ ଭିତରେ ନିଆଁକୁ କାବୁ କରି ନେଇଥିଲେ। ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡ଼ି ଓ ଅନ୍ୟ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲା। ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ ରାହୁଲ ନାର୍ଭେକର କହିଛନ୍ତି , ସ୍କାନିଂ ମେସିନରେ ନିଆଁ ଲାଗି ଯାଇଥିଲା। ଏହାର ପ୍ରତିଷ୍ଠାନ ସହ କୌଣସି ସଂପର୍କ ନାହିଁ। ସ୍କାନିଂ ମେସିନରେ ସର୍ଟ ସର୍କିଟ୍ କାରଣରୁ କିଛି ସମସ୍ୟା ହୋଇଥିଲା। ସବୁ କିଛି ନିୟନ୍ତ୍ରଣରେ ଅଛି। କୌଣସି ପ୍ରକାରର କ୍ଷତି ହୋଇନାହିଁ । ମେସିନର ଯେଉଁ କ୍ଷତି ଘଟିଛି , ଏହା ବିଷୟରେ ଅନୁଧ୍ୟାନ କରାଯାଉଛି। ସେହିପରି ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ରବିବାର ଏକ ଫ୍ୟାକଟ୍ରିରେ ଭୟଙ୍କର ନିଆଁ ଲାଗି ଥିଲା। ଏହି କାରଣରୁ ତିନି ଜଣ ମହିଳା ଓ ଜଣେ ଶିଶୁ ସମେତ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ନିଆଁ ଲିଭାଇବା ବେଳେ ୩ଜଣ ଅଗ୍ନିଶମ କର୍ମୀ ମଧ୍ୟ ଆହତ ହୋଇଥିଲେ। ସେ କହିଛନ୍ତି ଯେ , ରାତି ୮ଟା ସୁଦ୍ଧା ନି
ମହାରାଷ୍ଟ୍ର : ଦକ୍ଷିଣ ମୁମ୍ୱାଇ ସ୍ଥିତ ମହାରାଷ୍ଟ୍ର ବିଧାନସଭା ପରିସରରେ ଆଜି (ସୋମବାର) ଏକ ଅଘଟଣ ଘଟିଥିଲା। ଏହାର ପ୍ରବେଶ ଦ୍ୱାରରେ ଲାଗିଥିବା ସ୍କାନରରେ ନିଆଁ ଲାଗି ଯାଇ ଥିଲା। ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି। ସେ କହିଛନ୍ତି ଯେ, ଏହି ଘଟଣା ଦ୍ୱିପ୍ରହର ୩ଟା ସମୟରେ ଘଟି ଥିଲା ଏବଂ ଏଥିରେ କେହି ଆହତ ହୋଇ ନାହାନ୍ତି। ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା କର୍ମୀମାନେ ୫ ମିନିଟ୍ ଭିତରେ ନିଆଁକୁ କାବୁ କରି ନେଇଥିଲେ। ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡ଼ି ଓ ଅନ୍ୟ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲା।
ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ ରାହୁଲ ନାର୍ଭେକର କହିଛନ୍ତି , ସ୍କାନିଂ ମେସିନରେ ନିଆଁ ଲାଗି ଯାଇଥିଲା। ଏହାର ପ୍ରତିଷ୍ଠାନ ସହ କୌଣସି ସଂପର୍କ ନାହିଁ। ସ୍କାନିଂ ମେସିନରେ ସର୍ଟ ସର୍କିଟ୍ କାରଣରୁ କିଛି ସମସ୍ୟା ହୋଇଥିଲା। ସବୁ କିଛି ନିୟନ୍ତ୍ରଣରେ ଅଛି। କୌଣସି ପ୍ରକାରର କ୍ଷତି ହୋଇନାହିଁ । ମେସିନର ଯେଉଁ କ୍ଷତି ଘଟିଛି , ଏହା ବିଷୟରେ ଅନୁଧ୍ୟାନ କରାଯାଉଛି।
ସେହିପରି ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ରବିବାର ଏକ ଫ୍ୟାକଟ୍ରିରେ ଭୟଙ୍କର ନିଆଁ ଲାଗି ଥିଲା। ଏହି କାରଣରୁ ତିନି ଜଣ ମହିଳା ଓ ଜଣେ ଶିଶୁ ସମେତ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ନିଆଁ ଲିଭାଇବା ବେଳେ ୩ଜଣ ଅଗ୍ନିଶମ କର୍ମୀ ମଧ୍ୟ ଆହତ ହୋଇଥିଲେ। ସେ କହିଛନ୍ତି ଯେ , ରାତି ୮ଟା ସୁଦ୍ଧା ନିଆଁକୁ କାବୁ କରାଯାଇ ଥିଲା। ନିଆଁ ଲିଭାଇବା ପାଇଁ ୧୦୦ ୱାଟର ଟ୍ୟାଙ୍କର ଓ ଦମକଳ ଗାଡ଼ିକୁ ମୁତୟନ କରାଯାଇ ଥିଲା।