ମହାରାଷ୍ଟ୍ରର କେମିକାଲ କମ୍ପାନୀରେ ଅଗ୍ନିକାଣ୍ଡ, ୬ ଜଣ ଆହତ
ମୁମ୍ଵାଇ ୨୧।୦୯: ମହାରାଷ୍ଟ୍ରରେ ଅଗ୍ନିକାଣ୍ଡ । ପାଲଘର ଜିଲ୍ଲାର ତାରାପୁର ଶିଳ୍ପାଞ୍ଚଳର ଏକ ରାସାୟନିକ ୟୁନିଟରେ ନିଆଁ ଲାଗିଯାଇଥିଲା । ଏଥିରେ ପାଞ୍ଚ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିଯାଇଥିଲା। ତେବେ ନିଆଁ କିପରି ଲାଗିଛି । ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡ ପରେ ଘଟଣା ସମ୍ପର୍କରେ କମ୍ପାନୀ ପରିଚାଳନା ଅଗ୍ନିଶମ ବିଭାଗକୁ ସୂଚନା ଦେଇଛି। କମ୍ପାନୀ କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରି ଏହାକୁ ନିୟନ୍ତ୍ରଣକୁ ଆଣିଥିଲେ।#WATCH | Maharashtra | In Tarapur MIDC, Palghar district, 5 persons injured after they came in contact with a chemical which came out of a dryer in a Pharma company. All injured are being treated at Tunga Hospital in Boisar and are said to be stable: Palghar Police pic.twitter.com/ByXZLsdhFe— ANI (@ANI) September 20, 2024ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ନିଆଁରେ ପୋଡି ଯାଇଥିବା ୬ ଜଣ ଶ୍ରମିକଙ୍କୁ ରାଜ ମୌର୍ଯ୍ୟ (୪୫), ନିଶିକାନ୍ତ ଚୌଧୁରୀ (୩୬), ପୱନ ଦେସଲେ (୩୨), ସନ୍ତୋଷ ହିନ୍ଦଲେକ
ମୁମ୍ଵାଇ ୨୧।୦୯: ମହାରାଷ୍ଟ୍ରରେ ଅଗ୍ନିକାଣ୍ଡ । ପାଲଘର ଜିଲ୍ଲାର ତାରାପୁର ଶିଳ୍ପାଞ୍ଚଳର ଏକ ରାସାୟନିକ ୟୁନିଟରେ ନିଆଁ ଲାଗିଯାଇଥିଲା । ଏଥିରେ ପାଞ୍ଚ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିଯାଇଥିଲା। ତେବେ ନିଆଁ କିପରି ଲାଗିଛି । ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡ ପରେ ଘଟଣା ସମ୍ପର୍କରେ କମ୍ପାନୀ ପରିଚାଳନା ଅଗ୍ନିଶମ ବିଭାଗକୁ ସୂଚନା ଦେଇଛି। କମ୍ପାନୀ କର୍ମଚାରୀମାନେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରି ଏହାକୁ ନିୟନ୍ତ୍ରଣକୁ ଆଣିଥିଲେ।
#WATCH | Maharashtra | In Tarapur MIDC, Palghar district, 5 persons injured after they came in contact with a chemical which came out of a dryer in a Pharma company. All injured are being treated at Tunga Hospital in Boisar and are said to be stable: Palghar Police pic.twitter.com/ByXZLsdhFe— ANI (@ANI) September 20, 2024
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ନିଆଁରେ ପୋଡି ଯାଇଥିବା ୬ ଜଣ ଶ୍ରମିକଙ୍କୁ ରାଜ ମୌର୍ଯ୍ୟ (୪୫), ନିଶିକାନ୍ତ ଚୌଧୁରୀ (୩୬), ପୱନ ଦେସଲେ (୩୨), ସନ୍ତୋଷ ହିନ୍ଦଲେକର (୪୯), ଆଧାର ଚୌଧରୀ (୨୫) ଏବଂ ଚନ୍ଦନ ଶାହା (୩୨) ବୋଲି ଜଣାପଡିଛି। ଏଥି ମଧ୍ୟରୁ ତିନି ଜଣଙ୍କର ଅବସ୍ଥା ଗୁରୁତର ଅଟେ।
ନିଆଁ କିପରି ଲାଗିଲା
ସମସ୍ତ ୬ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ (MIDC) ର ଅଗ୍ନିଶମ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି ଯେ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ମଧ୍ୟ କର୍ମଚାରୀମାନେ ନିଆଁ ଲିଭାଇଥିଲେ। ପୋଲିସ କହିଛି ଯେ ତାରାପୁରର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଡ୍ରାୟରରୁ ବାହାରିବା ପରେ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ପରେ ୬ ଜଣ ଆହତ ହୋଇଛନ୍ତି। ଏହା ପରେ ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ଆସିନାହିଁ।