ମହାରାଷ୍ଟ୍ରରେ ଓଲଟି ଯିବ ବାଜି? ଏନଡିଏକୁ ପଛରେ ପକାଇବ ଏମଭିଏ!
ମୁମ୍ବାଇ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମହାରାଷ୍ଟ୍ରରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। କାରଣ ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ହୋଇଥିବା ଏକ ସର୍ଭେର ଫଳାଫଳ ଯାହା କହୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସର୍ଭେ ଅନୁଯାୟୀ, ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ମହା ବିକାଶ ଆଘାଡି (ଏମଭିଏ) ଏନଡିଏକୁ ଭଲ ବ୍ୟବଧାନରେ ପରାସ୍ତ କରିପାରେ। ଆସନଗୁଡିକର ଏହି ଦୂରତା ପ୍ରାୟ ୨୦ହୋଇପାରେ। ମହାରାଷ୍ଟ୍ରରେ କରାଯାଇଥିବା ‘ଲୋକ […] The post ମହାରାଷ୍ଟ୍ରରେ ଓଲଟି ଯିବ ବାଜି? ଏନଡିଏକୁ ପଛରେ ପକାଇବ ଏମଭିଏ! appeared first on Dharitri Odia News.
ମୁମ୍ବାଇ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମହାରାଷ୍ଟ୍ରରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। କାରଣ ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ହୋଇଥିବା ଏକ ସର୍ଭେର ଫଳାଫଳ ଯାହା କହୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସର୍ଭେ ଅନୁଯାୟୀ, ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ମହା ବିକାଶ ଆଘାଡି (ଏମଭିଏ) ଏନଡିଏକୁ ଭଲ ବ୍ୟବଧାନରେ ପରାସ୍ତ କରିପାରେ। ଆସନଗୁଡିକର ଏହି ଦୂରତା ପ୍ରାୟ ୨୦ହୋଇପାରେ।
ମହାରାଷ୍ଟ୍ରରେ କରାଯାଇଥିବା ‘ଲୋକ ପୋଲ’ର ସଦ୍ୟତମ ସର୍ଭେ ଅନୁଯାୟୀ, ଏନଡିଏ ସେଠାରେ ୧୧୫ରୁ ୧୨୮ଟି ସିଟ ପାଇପାରେ, ଯେତେବେଳେ ମହା ବିକାଶ ଆଘାାଡି (ଏମଭିଏ- କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା) ମିଳିତ ମେଣ୍ଟ ୧୪୧-୧୫୪ ସିଟ ଜିତିପାରିବ । ଏହି ସମୟରେ, ଅନ୍ୟମାନେ ପାଞ୍ଚରୁ ୧୮ଟି ସିଟ ପାଇପାରନ୍ତି। ଭୋଟ ଶେୟାର ବିଷୟରେ କହିବାକୁ ଗଲେ, ଏନଡିଏର ଭୋଟ ପ୍ରତିଶତ ୩୮-୪୧%, ଏମଭିଏର ୪୧-୪୪% ଏବଂ ଅନ୍ୟମାନଙ୍କ ୧୫-୧୮% ହୋଇପାରେ।
ନିର୍ବାଚନ ସମ୍ବନ୍ଧୀୟ ମତାମତ ସର୍ଭେ ଏବଂ ପୂର୍ବାନୁମାନ କରୁଥିବା ‘ଲୋକ ପୋଲ’ ପ୍ରାୟ ଏକ ମାସ ଧରି ମହାରାଷ୍ଟ୍ର ସହ ଜଡିତ ଏକ ଗ୍ରାଉଣ୍ଡ ସର୍ଭେ କରିଛି, ଯାହାର ରିପୋର୍ଟ ସୋମବାର (ସେପ୍ଟେମ୍ବର ୯, ୨୦୨୪)ରେ ସାର୍ବଜନୀନ କରାଯାଇଛି। ସର୍ବେକ୍ଷଣ ସମୟରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୫୦୦ ସାମ୍ପୁଲ ନିଆଯାଇଥିଲା, ଯାହା ପରେ ସମଗ୍ର ସର୍ଭେରେ ମୋଟ ୧.୫ଲକ୍ଷ ନମୁନା ନିଆଯାଇଥିଲା।
The post ମହାରାଷ୍ଟ୍ରରେ ଓଲଟି ଯିବ ବାଜି? ଏନଡିଏକୁ ପଛରେ ପକାଇବ ଏମଭିଏ! appeared first on Dharitri Odia News.