ମହାରାଷ୍ଟ୍ରରେ ନିର୍ବାଚନ ପରାଜୟର ସମୀକ୍ଷା କଲା ଏମଭିଏ
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ନିର୍ବାଚନ ପରାଜୟର ସମୀକ୍ଷା କଲା ମହାବିକାଶ ଅଘାଡି। ଆଜି ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଏମଭିଏରୁ... The post ମହାରାଷ୍ଟ୍ରରେ ନିର୍ବାଚନ ପରାଜୟର ସମୀକ୍ଷା କଲା ଏମଭିଏ appeared first on .
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ନିର୍ବାଚନ ପରାଜୟର ସମୀକ୍ଷା କଲା ମହାବିକାଶ ଅଘାଡି। ଆଜି ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଏମଭିଏରୁ ସମାଜବାଦୀ ପାର୍ଟି ଓହରିଯିବା ପରେ ଏହି ବୈଠକ ବସିଥିଲା। ଏଥିରେ ନିର୍ବାଚନରେ ମେଣ୍ଟର ପରାଜୟ ସମେତ ଅନ୍ଯାନ୍ଯ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଥିରେ ଆଦିତ୍ଯ ଠାକରେ, ନାନା ପାଟୋଲ, ବିଜୟ ୱାଦେତିୱାର, ସୁନୀଲ ପ୍ରଭୁ, ଜିତେନ୍ଦ୍ର ଅୱଧ, ପ୍ରମୁଖ ନେତା ଯୋଗଦେଇଥିଲେ। ଗତ ଶନିବାର ବିଧାନସଭାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲେ ବି ଏମଭିଏ ବିଧାୟକମାନେ ସାମିଲ ହୋଇ ନଥିଲେ। ନିର୍ବାଚନରେ ଇଭିଏମର ବ୍ଯାପକ ଅପପ୍ରୟୋଗ ହୋଇଛି ବୋଲି ଅଭିଯୋଗ କରିଆସୁଛି ଏମଭିଏ। ଗତ ବିଧାନସଭା ନିର୍ବାଚନରେ ମହାୟୁତି ୨୩୫ ଆସନରେ ବିଜୟୀ ହୋଇଥିବାବେଳେ ଏମଭିଏ ୪୮ ଆସନରେ ବିଜୟୀ ହୋଇଥିଲା। ସେପଟେ ମହାରାଷ୍ଟ୍ର ମକରବାଡିରେ ଆୟୋଜିତ ଏକ ସମାବେଶରେ ଉଦବୋଧନ ଦେଇ ରାଜ୍ଯ ଲାଗି ଲଢେଇ ଜାରି ରହିବ ବୋଲି କହିଛନ୍ତି ଏସନସିପି(ଏସପି) ସୁପ୍ରିମୋ ଶରଦ ପାୱାର।
The post ମହାରାଷ୍ଟ୍ରରେ ନିର୍ବାଚନ ପରାଜୟର ସମୀକ୍ଷା କଲା ଏମଭିଏ appeared first on .