ମହାରାଷ୍ଟ୍ରରେ ନିର୍ବାଚନୀ ତାତି: ଏନସିପି ନେତାଙ୍କ ଗାଡି ଉପରେ ପଥର ମାଡ଼, ଫାଟିଲା ମୁଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ଶରଦ ପାୱାର ଗୋଷ୍ଠୀ ନେତା ଅନିଲ ଦେଶମୁଖଙ୍କ ଗାଡି ଉପରେ ଆକ୍ରମଣ।ନାଗପୁରରେ ତାଙ୍କ କାର ଉପରେ ପଥର ମାଡ଼ ହୋଇଛି।ଏକ ନିର୍ବାଚନୀ ସଭାରୁ ଫେରିବା ବେଳେ ତାଙ୍କ ଗାଡି ଉପରେ କିଛି ଲୋକ ପଥର ମାଡ଼ କରିଥିଲେ। ଏଥିରେ ଅନିଲ ଦେଶମୁଖଙ୍କ ମୁଣ୍ଡ ଫାଟି ବ୍ଲଡ଼ ବାହାରୁଥିବା ଜଣା ପଡିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗାଡିର ଆଗ ସିଟରେ ଅନିଲ ବସିଥିଲେ। ଡୋରର କାଚ ଭାଙ୍ଗି […]

ମହାରାଷ୍ଟ୍ରରେ ନିର୍ବାଚନୀ ତାତି: ଏନସିପି ନେତାଙ୍କ ଗାଡି ଉପରେ ପଥର ମାଡ଼, ଫାଟିଲା ମୁଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ଶରଦ ପାୱାର ଗୋଷ୍ଠୀ ନେତା ଅନିଲ ଦେଶମୁଖଙ୍କ ଗାଡି ଉପରେ ଆକ୍ରମଣ।ନାଗପୁରରେ ତାଙ୍କ କାର ଉପରେ ପଥର ମାଡ଼ ହୋଇଛି।ଏକ ନିର୍ବାଚନୀ ସଭାରୁ ଫେରିବା ବେଳେ ତାଙ୍କ ଗାଡି ଉପରେ କିଛି ଲୋକ ପଥର ମାଡ଼ କରିଥିଲେ। ଏଥିରେ ଅନିଲ ଦେଶମୁଖଙ୍କ ମୁଣ୍ଡ ଫାଟି ବ୍ଲଡ଼ ବାହାରୁଥିବା ଜଣା ପଡିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗାଡିର ଆଗ ସିଟରେ ଅନିଲ ବସିଥିଲେ। ଡୋରର କାଚ ଭାଙ୍ଗି ତାଙ୍କ ମୁଣ୍ଡରେ ପଥର ବାଜିଥିଲା। ତୁରନ୍ତ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ଭୋଟିଙ୍ଗ ହେବ।୨୩ ତାରିଖରେ ଫଳାଫଳ ହେବ। ଅନିଲ ଦେଶମୁଖଙ୍କ ପୁଅ ସଲିଲ ଦେଶମୁଖ କଟୋଲ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି। ଆଜିର ଘଟଣାକୁ ନେଇ ଅନିଲ ଦେଶମୁଖଙ୍କ ସମର୍ଥକ ମାନେ ସ୍ଥାନୀୟ ପୋଲିସ ଷ୍ଟେସନ ଆଗରେ ମେଳି କରିଛନ୍ତି। ପଥର ଫିଙ୍ଗିଥିବା ଲୋକଙ୍କୁ ଧରିବାକୁ ସେମାନେ ଦାବି କରିଛନ୍ତି।