ମହାରାଷ୍ଟ୍ରରେ ଯବାନଙ୍କ ଗୁଳିରେ ଟଳିଲେ ୧୨ ନକ୍ସଲ, ଏକେ-୪୭ ସହ ବିପୁଳ ହତିଆର ଜବତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଯବାନଙ୍କ ଗୁଳିରେ ୧୨ ନକ୍ସଲ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ହତିଆର ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି । ସୂତ୍ର ଅନୁସାରେ ଏହି ଅପରେସନ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୧୦ଟାରେ ଗଡ଼ଚିରୋଲିରେ ଏକ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲା । ମହରାଷ୍ଟ୍ର ପୋଲିସର ସି-୬୦ କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଛିନଭଟ୍ଟି ଏବଂ ପିଭି ୮୨ ଜଙ୍ଗଲ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ସଂଧ୍ୟା ଯାଏ ଚାଲିଥିଲା । ଏହି ସମୟରେ ଉଭୟ ପକ୍ଷରୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ବନ୍ଦ ହେବା ପରେ ୧୨ ଜଣ ନକ୍ସଲଙ୍କ ମୃତ ଦେହ ମିଳିଛି ।ଘଟଣାସ୍ଥଳରୁ ୩ଟି ଏକେ ୪୭, ୨ଟି ଇନସାସ୍, ଗୋଟିଏ କାର୍ବଇନ୍, ଗୋଟିଏ ଏସଏଲଆର ସମେତ ଅଟୋମେଟିକ୍ ହତିଆର ଜବତ କରାଯାଇଛି । ମୃତ ନକ୍ସଲଙ୍କ ମଧ୍ୟରେ ଟିପାଗଡ଼ ଦଲମର ପ୍ରଭାରୀ ଡିଭିସିଏମ ଲକ୍ଷ୍ମଣ ଅତରମ୍ ଓରଫ ବିଶାଳ ଅତରମ ରୂପେ ଚିହ୍ନଟ କରାଯାଇଛି । ଅନ୍ୟପଟେ ଏହି ଗୁଳି ବିନିମୟରେ ସି-୬୦ ପୋଲିସ୍ ସବ୍ ଇନସ୍ପେକ୍ଟର ଏବଂ ଜଣେ ଯବାନ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ନାଗପୁର ସ୍ଥାନ୍ତାନ୍ତର କରାଯାଇଛି । ଏହି ଅପରେସନର ସଫଳତା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ ସି-୬୦ କମାଣ୍ଡୋ ଟିମ୍ ଏବଂ ଗଡ଼ଚିରୋଲି ପୋଲିସ ପାଇଁ ୬୦

ମହାରାଷ୍ଟ୍ରରେ ଯବାନଙ୍କ ଗୁଳିରେ ଟଳିଲେ ୧୨ ନକ୍ସଲ, ଏକେ-୪୭ ସହ ବିପୁଳ ହତିଆର ଜବତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଯବାନଙ୍କ ଗୁଳିରେ ୧୨ ନକ୍ସଲ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ହତିଆର ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି । ସୂତ୍ର ଅନୁସାରେ ଏହି ଅପରେସନ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । 

ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୧୦ଟାରେ ଗଡ଼ଚିରୋଲିରେ ଏକ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲା । ମହରାଷ୍ଟ୍ର ପୋଲିସର ସି-୬୦ କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଛିନଭଟ୍ଟି ଏବଂ ପିଭି ୮୨ ଜଙ୍ଗଲ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ସଂଧ୍ୟା ଯାଏ ଚାଲିଥିଲା । ଏହି ସମୟରେ ଉଭୟ ପକ୍ଷରୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ବନ୍ଦ ହେବା ପରେ ୧୨ ଜଣ ନକ୍ସଲଙ୍କ ମୃତ ଦେହ ମିଳିଛି ।

ଘଟଣାସ୍ଥଳରୁ ୩ଟି ଏକେ ୪୭, ୨ଟି ଇନସାସ୍, ଗୋଟିଏ କାର୍ବଇନ୍, ଗୋଟିଏ ଏସଏଲଆର ସମେତ ଅଟୋମେଟିକ୍ ହତିଆର ଜବତ କରାଯାଇଛି । ମୃତ ନକ୍ସଲଙ୍କ ମଧ୍ୟରେ ଟିପାଗଡ଼ ଦଲମର ପ୍ରଭାରୀ ଡିଭିସିଏମ ଲକ୍ଷ୍ମଣ ଅତରମ୍ ଓରଫ ବିଶାଳ ଅତରମ ରୂପେ ଚିହ୍ନଟ କରାଯାଇଛି । ଅନ୍ୟପଟେ ଏହି ଗୁଳି ବିନିମୟରେ ସି-୬୦ ପୋଲିସ୍ ସବ୍ ଇନସ୍ପେକ୍ଟର ଏବଂ ଜଣେ ଯବାନ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ନାଗପୁର ସ୍ଥାନ୍ତାନ୍ତର କରାଯାଇଛି । ଏହି ଅପରେସନର ସଫଳତା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ ସି-୬୦ କମାଣ୍ଡୋ ଟିମ୍ ଏବଂ ଗଡ଼ଚିରୋଲି ପୋଲିସ ପାଇଁ ୬୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।