ମହିନ୍ଦ୍ରା ଥାର୍ ଠାରୁ ବି ଦାମୀ ଏହି ବାଇକ୍, ସାରା ବିଶ୍ୱରେ ମିଳିବ କେବଳ ୧୨୦୦ ୟୁନିଟ୍

ଯେତେବେଳେ ଭାରତରେ ଦାମୀ ମୋଟରସାଇକେଲ ବିଷୟରେ କଥା ଉଠେ ରୟାଲ ଏନଫିଲ୍ଡ ଏବଂ ହୋଣ୍ଡା ହାଇନେସ ଭଳି ବାଇକ୍ କଥା ମନେ ପଡ଼େ । ଯଦି ଆପଣ ଏହାଠାରୁ ଅଧିକ ଦାମୀ ବାଇକ୍ କିଣିବାକୁ ଯାଆନ୍ତି, ତେବେ ସିଧାସଳଖ BMW M1000 RR ଭଳି ବାଇକ୍‌ର ନାମ ଆସିଥାଏ । ଏବେ ଯଦି କେହି ଆପଣଙ୍କୁ କୁହେ ଯେ ଏପରି ଏକ ବାଇକ୍ ଅଛି ଯାହାର ମୂଲ୍ୟ ମହେନ୍ଦ୍ରା ଥାର୍ ପରି SUV ଠାରୁ ମଧ୍ୟ ଅଧିକ […] The post ମହିନ୍ଦ୍ରା ଥାର୍ ଠାରୁ ବି ଦାମୀ ଏହି ବାଇକ୍, ସାରା ବିଶ୍ୱରେ ମିଳିବ କେବଳ ୧୨୦୦ ୟୁନିଟ୍ appeared first on KNews Odisha.

ମହିନ୍ଦ୍ରା ଥାର୍ ଠାରୁ ବି ଦାମୀ ଏହି ବାଇକ୍, ସାରା ବିଶ୍ୱରେ ମିଳିବ କେବଳ ୧୨୦୦ ୟୁନିଟ୍

ଯେତେବେଳେ ଭାରତରେ ଦାମୀ ମୋଟରସାଇକେଲ ବିଷୟରେ କଥା ଉଠେ ରୟାଲ ଏନଫିଲ୍ଡ ଏବଂ ହୋଣ୍ଡା ହାଇନେସ ଭଳି ବାଇକ୍ କଥା ମନେ ପଡ଼େ । ଯଦି ଆପଣ ଏହାଠାରୁ ଅଧିକ ଦାମୀ ବାଇକ୍ କିଣିବାକୁ ଯାଆନ୍ତି, ତେବେ ସିଧାସଳଖ BMW M1000 RR ଭଳି ବାଇକ୍‌ର ନାମ ଆସିଥାଏ । ଏବେ ଯଦି କେହି ଆପଣଙ୍କୁ କୁହେ ଯେ ଏପରି ଏକ ବାଇକ୍ ଅଛି ଯାହାର ମୂଲ୍ୟ ମହେନ୍ଦ୍ରା ଥାର୍ ପରି SUV ଠାରୁ ମଧ୍ୟ ଅଧିକ ମହଙ୍ଗା କ’ଣ ଆପଣ ବିଶ୍ୱାସ କରିବେ । ଏପରି ଗୋଟିଏ ବାଇକ୍ ଅଛି ଯାହା ଏତେ ଦାମୀ ହେବା ପରେ ବି ବହୁତ ଲୋକପ୍ରିୟ ।

ତେବେ ଆସନ୍ତୁ ଜାଣିବା ଏଥିରେ କ’ଣ ବିଶେଷ ଅଛି ଯେଉଁଥିପାଇଁ ଏହାର ଦାମ୍ ଏତେ ଅଧିକ । ଏହି ବାଇକ୍ ହେଉଛି Triumph ମୋଟରସାଇକେଲର ‘Speed Triple 1200 RX’ । ଭାରତରେ ବଜାଜ ଅଟୋ ଦ୍ୱାରା Triumph ମୋଟରସାଇକେଲ ନିର୍ମାଣ ଏବଂ ସେଲ୍ କରାଯାଏ । ତଥାପି, ଏହି ବାଇକ୍ ଭାରତରେ ଉପଲବ୍ଧ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ବାଇକ୍‌ର ନାମ ଅନୁସାରେ, ସମଗ୍ର ବିଶ୍ୱରେ କେବଳ ୧୨୦୦ ୟୁନିଟ୍ ଉପଲବ୍ଧ ହେବ, ଅର୍ଥାତ୍ କେବଳ ୧୨୦୦ ଲୋକ ହିଁ ଏହି ବାଇକ୍‌ କିଣିବାର ସୁଯୋଗ ପାଇପାରିବେ ।

Triumph Speed Triple 1200 RX ନିକଟରେ ଇଣ୍ଟରନ୍ୟାସନାଲ ମାର୍କେଟରେ ଉପସ୍ଥାପନ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୧୯,୦୦୦ ପାଉଣ୍ଡ, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୨୧.୬୨ ଲକ୍ଷ ଟଙ୍କା । ଏହି ମୂଲ୍ୟ ମହିନ୍ଦ୍ରା ଥାର୍ ଭଳି ଟପ୍ ମଡେଲ୍ SUV ଅପେକ୍ଷା ବି ବେଶ ଅଧିକ । ଦେଶର ସବୁଠାରୁ ଲୋକପ୍ରିୟ ଏବଂ ପାୱାରଫୁଲ୍ କାର ମଧ୍ୟରୁ ଗୋଟିଏ ମହିନ୍ଦ୍ରା ଥାରର ଏକ୍ସ-ସୋରୁମ୍ ମୂଲ୍ୟ ୧୭.୬୦ ଲକ୍ଷ ଟଙ୍କା । ଯେତେବେଳେ କି Triumph ର ଏହି ବାଇକର ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ।

Triumph Speed Triple 1200 RX ପାୱାର୍:

ଏହି ବାଇକ୍‌ରେ ୧,୧୬୩ ସିସି ଇଞ୍ଜିନ୍ ଅଛି । ଏକ ବାଇକ୍ ପାଇଁ ଏହା ବହୁତ ପାୱାରଫୁଲ୍ ଇଞ୍ଜିନ୍ । ଏହା ୧୮୩ bhp ପାୱାର ଏବଂ ୧୨୮ Nm ର ପିକ୍ ଟର୍କ ଜେନେରେଟ୍ କରେ । ଏହା ଏକ ୬-ସ୍ପିଡ୍ ଗିଅରବକ୍ସ ସହିତ ଆସିଥାଏ । ଏସବୁ ସତ୍ତ୍ୱେ, ଏହାର ଓଜନ ମାତ୍ର ୧୯୯ କିଲୋଗ୍ରାମ । ଏହି ବାଇକ୍‌ଟି ୧୭ ଇଞ୍ଚ ଚକ ସହିତ ଆସିଥାଏ । ଏହି ବାଇକ୍ ଏହାର ସୁନ୍ଦର ଏବଂ ଆଡ଼ଭାନ୍ସ ଡିଜାଇନ୍ ପାଇଁ ବହୁତ ସ୍ପେଶାଲ ଏବଂ ଲୋକପ୍ରିୟ ।

ଏହା ବ୍ୟତୀତ, ଏଥିରେ ୫-ଇଞ୍ଚ TFD ଡିସପ୍ଲେ, ଇଣ୍ଡିପେଣ୍ଡେଡ୍ ହ୍ୱିଲ୍ କଣ୍ଟ୍ରୋଲ୍, ବ୍ରେକ୍ ସ୍ଲାଇଡ୍ ଆସିଷ୍ଟ, ABS, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଏବଂ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ଅନେକ ଫିଚର୍ସ ମଧ୍ୟ ଅଛି । ଏହି ବାଇକ୍‌ରେ ଏମର୍ଜେନ୍ସି ୱାର୍ଣ୍ଣିଙ୍ଗ ସିଷ୍ଟମ୍ ମଧ୍ୟ ଦିଆଯାଇଛି । ଏଭଳି ସ୍ପେଶାଲ ଫିଚର୍ସ ଏହି ବାଇକକୁ ଏତେ ଦାମୀ କରିଥାଏ ।

Also read: ୫୦୦ କିମିରୁ ଅଧିକ ରେଞ୍ଜ ସହ ବଜାରକୁ ଆସୁଛି ୫ଟି ନୂଆ ଇଲେକ୍ଟ୍ରିକ୍ କାର, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

The post ମହିନ୍ଦ୍ରା ଥାର୍ ଠାରୁ ବି ଦାମୀ ଏହି ବାଇକ୍, ସାରା ବିଶ୍ୱରେ ମିଳିବ କେବଳ ୧୨୦୦ ୟୁନିଟ୍ appeared first on KNews Odisha.