ମହିଳା ଏସିଆ କପ ୨୦୨୪ କାର୍ଯ୍ୟସୂଚୀ ପ୍ରକାଶ: ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା
ନୂଆଦିଲ୍ଲୀ,୨୭।୩: ମହିଳା ଏସିଆ କପ ୨୦୨୪ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି ଏସିଆନ କ୍ରିକେଟ ପରିଷଦ । ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କାର ଡମ୍ବୁଲାରେ ଆୟୋଜିତ ହେବ । ପ୍ରଥମ ମ୍ୟାଚ ୧୯ ଜୁଲାଇରେ ଅନୁଷ୍ଠିତ ହେବ। ଯେଉଁଠାରେ ଫାଇନାଲ ୨୦ ଜୁଲାଇରେ ଖେଳାଯିବ। ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଉଛି ଚଳିତ ବର୍ଷ ଭାରତ ଏବଂ ପାକିସ୍ତାନ ଦଳ ସମାନ ଦଳରେ ଅଛନ୍ତି। ସବୁଠାରୁ ଭିନ୍ନ କଥା ହେଉଛି ଏହି ସିଜନରେ ମୋଟ ୮ ଟି ଦଳ […] The post ମହିଳା ଏସିଆ କପ ୨୦୨୪ କାର୍ଯ୍ୟସୂଚୀ ପ୍ରକାଶ: ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା appeared first on Dharitri Odia News.
ନୂଆଦିଲ୍ଲୀ,୨୭।୩: ମହିଳା ଏସିଆ କପ ୨୦୨୪ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି ଏସିଆନ କ୍ରିକେଟ ପରିଷଦ । ଏହି ଟୁର୍ନାମେଣ୍ଟ ଶ୍ରୀଲଙ୍କାର ଡମ୍ବୁଲାରେ ଆୟୋଜିତ ହେବ । ପ୍ରଥମ ମ୍ୟାଚ ୧୯ ଜୁଲାଇରେ ଅନୁଷ୍ଠିତ ହେବ। ଯେଉଁଠାରେ ଫାଇନାଲ ୨୦ ଜୁଲାଇରେ ଖେଳାଯିବ। ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଉଛି ଚଳିତ ବର୍ଷ ଭାରତ ଏବଂ ପାକିସ୍ତାନ ଦଳ ସମାନ ଦଳରେ ଅଛନ୍ତି। ସବୁଠାରୁ ଭିନ୍ନ କଥା ହେଉଛି ଏହି ସିଜନରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ଗତ ସିଜନରେ କେବଳ ୭ଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେଇପାରିଥିଲେ।
ଡିଫେଣ୍ଡିଂ ଚାମ୍ପିୟନ ଭାରତ ଗ୍ରୁପ ଏରେ ରହିଛି। ଭାରତ ସହ ଏହି ଗ୍ରୁପରେ ପାକିସ୍ତାନ, ନେପାଳ ଓ ୟୁଏଇ ରହିଛନ୍ତି। ଗ୍ରୁପ ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଅଛନ୍ତି। ୭ଥର ଏସିଆ କପ ଜିତିଥିବା ଭାରତ ତା’ର ଏସିଆ କପ ଅଭିଯାନ ଜୁଲାଇ ୧୯ରୁ ୟୁଏଇ ବିପକ୍ଷରୁ ଆରମ୍ଭ ହେବ। ଏହାପରେ ଦଳ ଜୁଲାଇ ୨୧ରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଶେଷ ଲିଗ ମ୍ୟାଚରେ ଭାରତର ମୁକାବିଲା ନେପାଳ ସହ ହେବ।
The post ମହିଳା ଏସିଆ କପ ୨୦୨୪ କାର୍ଯ୍ୟସୂଚୀ ପ୍ରକାଶ: ଏହି ଦିନ ହେବ ଭାରତ-ପାକିସ୍ତାନ ମୁକାବିଲା appeared first on Dharitri Odia News.