ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ବିଭାଗ ପ୍ରତିଯୋଗିତାର ଅଲ୍‌ ରାଉଣ୍ଡ ବିଭାଗରେ ଚମକ ଦେଖାଇଛନ୍ତି ଅଲିମ୍ପିଆନ ଦୀପା କର୍ମକାର। ସେ ୪୯.୫୫ ପଏଣ୍ଟ ପାଇ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ମହିଳା ଦଳଗତ ବିଭାଗରେ ରେଲଓ୍ବେ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହାରାଷ୍ଟ୍ର ରୌପ୍ୟ ଓ ପଶ୍ଚିମବଙ୍ଗ ବ୍ରୋଞ୍ଜ ପଦକ ପାଇଛି। ରେଲଓ୍ବେ ମହିଳା ଦଳ ୧୮୨.୬୦, ମହାରାଷ୍ଟ୍ର ୧୬୯.୯୫ ଓ […] The post ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ appeared first on Dharitri Odia News.

ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ବିଭାଗ ପ୍ରତିଯୋଗିତାର ଅଲ୍‌ ରାଉଣ୍ଡ ବିଭାଗରେ ଚମକ ଦେଖାଇଛନ୍ତି ଅଲିମ୍ପିଆନ ଦୀପା କର୍ମକାର। ସେ ୪୯.୫୫ ପଏଣ୍ଟ ପାଇ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ମହିଳା ଦଳଗତ ବିଭାଗରେ ରେଲଓ୍ବେ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହାରାଷ୍ଟ୍ର ରୌପ୍ୟ ଓ ପଶ୍ଚିମବଙ୍ଗ ବ୍ରୋଞ୍ଜ ପଦକ ପାଇଛି। ରେଲଓ୍ବେ ମହିଳା ଦଳ ୧୮୨.୬୦, ମହାରାଷ୍ଟ୍ର ୧୬୯.୯୫ ଓ ପଶ୍ଚିମବଙ୍ଗ ୧୬୬.୮୦ ପଏଣ୍ଟ ଅର୍ଜନ କରିଛି। ଆୟୋଜକ ଓଡ଼ିଶା ୧୬୪.୬୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ସଭାପତି ସୁଧିର ମିତ୍ତଲ ଅତିଥିଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ।
ତ୍ରିପୁରା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୀପା ଭଲ୍ଟରେ ୧୩.୪୦, ଅନ୍‌ଇଭେନ ବାର୍ସରେ ୧୦.୬୫, ବାଲାନ୍ସ ବିମ୍‌ରେ ୧୩.୧୦ ଓ ଫ୍ଲୋର ଏକ୍ସରସାଇଜ୍‌ରେ ୧୨.୪୦ ପଏଣ୍ଟ ପାଇଥିଲେ। ”ଦୀର୍ଘ ୮ ବର୍ଷ ପରେ ମୁଁ ଜାତୀୟ ସିନିୟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ତେଣୁ ଏଠାକାର ପ୍ରଦର୍ଶନରେ ମୁଁ ଖୁବ୍‌ ଖୁସି ଅନୁଭବ କରୁଛି। ଗୁରୁବାର ବ୍ୟକ୍ତିଗତ ବିଭାଗରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍‌ ସେଣ୍ଟର ଅତ୍ୟନ୍ତ ଉଚ୍ଚକୋଟୀର। ଏଠାରୁ ନିଶ୍ଚିତ ଅଲିମ୍ପିକ୍ସ ଓ ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ବାହାରିବେ ବୋଲି ଆଶା କରୁଛି। ଓଡ଼ିଶା ସରକାର ଜିମ୍ନାଷ୍ଟଙ୍କ ପାଇଁ ଏପରି ଭିତ୍ତିଭୂମୀ ଯୋଗାଇ ଦେଇଥିବାରୁ ଅଶେଷ ଧନ୍ୟବାଦ“ ବୋଲି ଦୀପା ପ୍ରକାଶ କରିଛନ୍ତି। ଅଲ୍‌ରାଉଣ୍ଡ ବିଭାଗରେ ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରଣତି ଦାସ ୪୭.୦୦ ଓ ସ୍ବସ୍ତିକା ଗାଙ୍ଗୁଲି ୪୫.୩୦ ପଏଣ୍ଟ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ପ୍ରଣତି ଭଲ୍ଟରେ ୧୨.୮୦, ଅନ୍‌ଇଭେନ ବାର୍ସରେ ୧୦.୬୦, ବାଲାନ୍ସ ବିମ୍‌ରେ ୧୧.୫୦ ଓ ଫ୍ଲୋର ଏକ୍ସରସାଇଜ୍‌ରେ ୧୨.୧୦ ପଏଣ୍ଟ ପାଇଥିଲେ। ସେହିପରି ସ୍ବସ୍ତିକା ଭଲ୍ଟରେ ୧୨.୮୦, ଅନ୍‌ଇଭେନ ବାର୍ସରେ ୯.୧୫, ବାଲାନ୍ସ ବିମ୍‌ରେ ୧୧.୭୦ ଓ ଫ୍ଲୋର ଏକ୍ସରସାଇଜ୍‌ରେ ୧୧.୬୫ ପଏଣ୍ଟ ହାସଲ କରିଥିଲେ। ଅନ୍ତିମ ଦିବସରେ ଗୁରୁବାର ଉଭୟ ମହିଳା ଓ ପୁରୁଷ ବର୍ଗରେ ବ୍ୟକ୍ତିଗତ ବିଭାଗରେ ପ୍ରତିଯୋଗିତା ହେବ।

The post ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ appeared first on Dharitri Odia News.