ମହିଳା ନକ୍ସଲଙ୍କ ଆତ୍ମସମର୍ପଣ; ମୁଣ୍ଡ ଉପରେ ଥିଲା ଏକ ଲକ୍ଷ ପୁରସ୍କାର ରାଶି

ଉଙ୍ଗୀ ନକ୍ସଲ ସଂଗଠନରେ ସାମିଲ ହେବାପରଠୁ ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସା କାଣ୍ଡରେ ସାମିଲ ଥିଲେ।

ମହିଳା ନକ୍ସଲଙ୍କ ଆତ୍ମସମର୍ପଣ; ମୁଣ୍ଡ ଉପରେ ଥିଲା ଏକ ଲକ୍ଷ ପୁରସ୍କାର ରାଶି

ନକ୍ସଲ ସଂଗଠନକୁ ଲାଗିଛି ଏକ ବଡ଼ ଝଟକା। ମାଲକାନଗିରି ଏସପିଙ୍କ ନିକଟରେ ଆଗଧାଡିରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛିନ୍ତି। ଆତ୍ମସାମର୍ପଣ କରିଥିବା ନକ୍ସଲ ଜଣକ ହେଉଛନ୍ତି ରୋଶନୀ ଓରଫ ଉଙ୍ଗୀ ମାଡଭି।

ରୋଶନୀଙ୍କ ଘର ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ପୁତଦାଵ ବୋଲି ସୂଚନା ମିଳିଛି। ସେ ମାଓ ସଂଗଠନରେ ୨୦୧୬ ରେ ଯୋଗ ଦେଇଥିଲେ।  ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସା କାଣ୍ଡରେ ସାମିଲ ଥିଲେ। ଉଙ୍ଗି ନାରେ ଏକ ଲକ୍ଷ ପୁରସ୍କାର ରାଶି ରହିଛି।

ସଂଗଠନର ମୁଖ୍ୟ ଆଦର୍ଶରୁ ନକ୍ସଲ ଓହରି ଲୋକଙ୍କୁ ଅତ୍ୟାଚାର କରି ବିକାଶରେ ବାଧା ସୃଷ୍ଟି କରୁଛନ୍ତି। ମହିଳାଙ୍କୁ ଠିକ ଭାବରେ ସମ୍ମାନ ନାହିଁ। ସରକାରଙ୍କ ଆତ୍ମସାମର୍ପଣ ନୀତି ଅନୁଯାଇ ତାଙ୍କୁ ଥଇଥାନ କରାଯିବ ବୋଲି ଏସପି କହିଛନ୍ତି ।