ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର,୧୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ନାଇଟ ପେଟ୍ରୋଲିଂ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୋକାନ ଘରେ ପୂରାଇ ଲୋକେ ନିର୍ଧୁମ ପିଟିଛନ୍ତି। ଉଦୟପୁର ଗ୍ରାମରେ ଜୂଆ ଖେଳ ଚାଲୁଥିବା ବେଳେ ବିରୋଧ କରିବାରୁ ପୋଲିସକୁ ଏହି ଆକ୍ରମଣର ଶିକାର ହେବାକୁ ପଡିଛି। ଲୋକେ ତାଳସାରୀ ମେରାଇନ ଥାନା ଅଧିକାରୀଣି ଚମ୍ପାବତୀ ସୋରେନଙ୍କୁ ମାଡ଼ ମାରିବା ସହ ଅସଦାଚରଣ, ଡ୍ରାଇଭର ସୁଧାଂଶୁ ମହାନ୍ତିଙ୍କୁ ମାଡ ମାରିଥିଲେ। ଦୀର୍ଘ ଏକ ଘଣ୍ଟା […] The post ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ appeared first on Dharitri Odia News.

ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର,୧୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ନାଇଟ ପେଟ୍ରୋଲିଂ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୋକାନ ଘରେ ପୂରାଇ ଲୋକେ ନିର୍ଧୁମ ପିଟିଛନ୍ତି। ଉଦୟପୁର ଗ୍ରାମରେ ଜୂଆ ଖେଳ ଚାଲୁଥିବା ବେଳେ ବିରୋଧ କରିବାରୁ ପୋଲିସକୁ ଏହି ଆକ୍ରମଣର ଶିକାର ହେବାକୁ ପଡିଛି।
ଲୋକେ ତାଳସାରୀ ମେରାଇନ ଥାନା ଅଧିକାରୀଣି ଚମ୍ପାବତୀ ସୋରେନଙ୍କୁ ମାଡ଼ ମାରିବା ସହ ଅସଦାଚରଣ, ଡ୍ରାଇଭର ସୁଧାଂଶୁ ମହାନ୍ତିଙ୍କୁ ମାଡ ମାରିଥିଲେ। ଦୀର୍ଘ ଏକ ଘଣ୍ଟା ପରେ ଅଟକ ପରେ ପାଇ ଜଳେଶ୍ବର ଏସଡିପିଓ, ଭୋଗରାଇ ଥାନା ପୋଲିସ, ଚନ୍ଦନେଶ୍ବର ଫାଣ୍ତି ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରଥିଲେ। ରାତିରେ ବିଭିନ୍ନ ସ୍ଥାନରେ ଚଢଉ କରି ୫ ଜଣଙ୍କୁ ଅଟକ ପୋଲିସ ରଖିଛି।

 

The post ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ appeared first on Dharitri Odia News.