ମହିଳା ପୋଲ୍ଭଲ୍ଟରେ ରୋଜିଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ୱର, ୧୫।୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ଫେଡେରେଶନ କପ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ତୃତୀୟ ଦିବସରେ ଅନୁଷ୍ଠିତ ମହିଳା ପୋଲଭଲ୍ଟ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ତାମିଲନାଡ଼ୁର ରୋଜି ମୀନା ପଲରାଜ। ସେ ୪.୦୫ ମିଟର କ୍ଲିୟର କରି ଏହି ସଫଳତା ପାଇଛନ୍ତି। ଅନ୍ୟତମ ତାମିଲନାଡ଼ୁ ପୋଲଭଲ୍ଟର ବରନିକା ଇଲାନଗୋଭାନ ୪.୦୦ ମିଟର ସହିତ ରୌପ୍ୟ ଏବଂ କେରଳର ମାରିୟା ଜଇସନ ୩.୯୦ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ […] The post ମହିଳା ପୋଲ୍ଭଲ୍ଟରେ ରୋଜିଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.
ଭୁବନେଶ୍ୱର, ୧୫।୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ଫେଡେରେଶନ କପ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ତୃତୀୟ ଦିବସରେ ଅନୁଷ୍ଠିତ ମହିଳା ପୋଲଭଲ୍ଟ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ତାମିଲନାଡ଼ୁର ରୋଜି ମୀନା ପଲରାଜ। ସେ ୪.୦୫ ମିଟର କ୍ଲିୟର କରି ଏହି ସଫଳତା ପାଇଛନ୍ତି। ଅନ୍ୟତମ ତାମିଲନାଡ଼ୁ ପୋଲଭଲ୍ଟର ବରନିକା ଇଲାନଗୋଭାନ ୪.୦୦ ମିଟର ସହିତ ରୌପ୍ୟ ଏବଂ କେରଳର ମାରିୟା ଜଇସନ ୩.୯୦ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ହାମର ଥ୍ରୋରେ ବାଜି ମାରିଛନ୍ତି ପଞ୍ଜାବର ଦମନୀତ ସିଂ। ସେ ୬୬.୨୮ ମିଟର ଥ୍ରୋ କରି ସ୍ବର୍ଣ୍ଣ ପଦକ କବ୍ଜା କରିଛନ୍ତି। ହରିୟାଣାର ଆଶିଷ ଜାଖର ୬୬.୨୪ ମିଟର ସହ ରୌପ୍ୟ ଏବଂ ଦିଲ୍ଲୀର ଦେବାଙ୍ଗ ୬୪.୭୫ ମିଟର ସହିତ ବ୍ରୋଞ୍ଜ ପଦକ ପାଇଛନ୍ତି।
The post ମହିଳା ପୋଲ୍ଭଲ୍ଟରେ ରୋଜିଙ୍କୁ ସ୍ବର୍ଣ୍ଣ appeared first on Dharitri Odia News.