ମହିଳାଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର,ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍
କଟକ: ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଖାମଖିଆଲି ମନୋଭାବ । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରି କାଟିଦେଲେ ମହିଳାଙ୍କ ମଳଦ୍ବାର । ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ । ଏନେଇ ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ ଅଫିସର ଓ ଡିଲିଂ କ୍ଲର୍କ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ଦେବେ। ଏପଟେ କଟକ ଜିଲ୍ଲାପାଳ ଅବଗତ ଥିବା କହିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଚିକିତ୍ସା ସମ୍ପର୍କିତ ଗାଇଡଲାଇନ […]

କଟକ: ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ଖାମଖିଆଲି ମନୋଭାବ । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରି କାଟିଦେଲେ ମହିଳାଙ୍କ ମଳଦ୍ବାର । ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ । ଏନେଇ ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ ଅଫିସର ଓ ଡିଲିଂ କ୍ଲର୍କ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ଦେବେ। ଏପଟେ କଟକ ଜିଲ୍ଲାପାଳ ଅବଗତ ଥିବା କହିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଚିକିତ୍ସା ସମ୍ପର୍କିତ ଗାଇଡଲାଇନ ପାଳନ ହୋଇଛି କି ନାହିଁ, ତାହା ଯାଞ୍ଚ ହେବ । ଏନେଇ ପୋଲିସ ତଦନ୍ତ କରୁଥିବା କହିଲେ କଟକ ସିଡିଏମଓ ।
ଘଟନାନୁସାରେ, କଟକ ମାହାଙ୍ଗା ଅଂଚଳର ଜଣେ ମହିଳା ଦୀପ୍ତିମୟୀ ୧୧ ସପ୍ତାହର ଗର୍ଭବତୀ ଥିବା ଜାଣିବାପରେ କଟକ ଜନନୀ ହସ୍ପିଟାଲକୁ ଗର୍ଭପାତ କରାଇବା ପାଇଁ ଆସିଥିଲେ । ପୂର୍ବରୁ ତାଙ୍କର ୨ ଟି ପିଲା ରହିଛନ୍ତି । ସେଠାରେ ତାଙ୍କର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇ ମଳ ଦ୍ୱାର ନଳୀର ୩ ସେମି.କାଟିଦେଇଥିଲେ ଡାକ୍ତର । ତେବେ ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଦିପ୍ତିମୟୀଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ବଢିଥିଲା । ଏହି ସମୟରେ ଦିପ୍ତିମୟୀଙ୍କ ସ୍ୱାମୀ ସମର କୁମାର ସାମଲ ଜଣେ ଯବାନ ଥିବାବେଳେ ଛୁଟି ନେଇ କଟକରେ ପହଞ୍ଚିଥିଲେ । ଏସ୍ସିବିର ଜଣେ ସର୍ଜନଙ୍କୁ ସାକ୍ଷାତ କରିବାରୁ ସେ ମଳ ନଳୀରେ ସଂକ୍ରମଣ ହୋଇଥିବା କହିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡି ଚାଲିଥିବାରୁ ଦୀପ୍ତିଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଯାଞ୍ଚ୍ କରି ସିଟି ସ୍କାନ କରିବାକୁ କହିଥିଲେ । ଏହାପରେ ରିପୋର୍ଟରୁ ଦୀପ୍ତିମୟୀଙ୍କ ମଳ ନଳୀ ପ୍ରାୟ ୩ ସେଣ୍ଟିମିଟର କଟିଯାଇଥିବା ଜଣାପଡିଥିଲା । ଘଟଣା ଜଣାପଡିବା ପରେ ପୀଡ଼ିତାଙ୍କ ପକ୍ଷରୁ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ମଙ୍ଗଳାବାଗ ପୋଲିସ ଜନନୀ ନର୍ସିଂହୋମ୍କୁ ଯାଇ ସେଠାରୁ ଜରୁରି କାଗଜପତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି ।