ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ
ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ ପିନ୍ଧିଥିବା ଚେନ ଟାଣିଥିଲେ ହେଁ ଦୃର୍ବୁତ୍ତ ଏଥିରେ ସଫଳ ହୋଇପାରି ନଥିଲେ। ହେଲେ ଏହି ଘଟଣାରେ ମହିଳା ଜଣକ ତଳେ ପଡ଼ି ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ରାୟଗଡ଼ା ସହରର କେ. ଲାବନ୍ୟା। ଘଟଣାରୁ ପ୍ରକାଶ ଯେ, ଲାବନ୍ୟା ସଂଧ୍ୟା ୭ଟା ସମୟରେ ଘରକୁ ଫେରୁଥିଲେ। ଏହି […] The post ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ appeared first on Dharitri Odia News.
ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ ପିନ୍ଧିଥିବା ଚେନ ଟାଣିଥିଲେ ହେଁ ଦୃର୍ବୁତ୍ତ ଏଥିରେ ସଫଳ ହୋଇପାରି ନଥିଲେ। ହେଲେ ଏହି ଘଟଣାରେ ମହିଳା ଜଣକ ତଳେ ପଡ଼ି ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ରାୟଗଡ଼ା ସହରର କେ. ଲାବନ୍ୟା।
ଘଟଣାରୁ ପ୍ରକାଶ ଯେ, ଲାବନ୍ୟା ସଂଧ୍ୟା ୭ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ପୁରୁଣା ପୋଲିସ ଷ୍ଟେସନ ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଲାବନ୍ୟାଙ୍କ ବେକରେ ଥିବା ସୁନା ଚେନକୁ ଟାଣିଥିଲେ। ତେବେ ଚେନ ନେବାରେ ସଫଳ ହୋଇନଥିଲେ ହେଁ ଲାବନ୍ୟା ତଳେ ପଡ଼ି ଆହତ ହୋଇଥିଲେ। ଏହାପରେ ତାଙ୍କ ପରିବାରବର୍ଗ ଲାବନ୍ୟାଙ୍କ ଚିକିତ୍ସା କରାଇବା ପରେ ପୋଲିସରେ ଏନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। କିଛି ଦିନ ହେଲା ରାୟଗଡ଼ାରେ ଚେନ ଶ୍ନାଚିଂ ବନ୍ଦ ରହିଥିବା ବେଳେ ପୁଣି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ତେଣୁ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
The post ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ appeared first on Dharitri Odia News.