ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ

ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ମେଡିକାଲ ବାହାରେ ମୃତଦେହ ପଡ଼ି ରହିଥିବା ବେଳେ ପରିବାର ଲୋକେ ପାଟିତୁଣ୍ଡ କରିବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଗର୍ଭନଷ୍ଟ ହୋଇଥିବାରୁ ସେ ଜିଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁକୁ […] The post ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ appeared first on Dharitri Odia News.

ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ

ଜଗତସିଂହପୁର,୨୧।୪: ଜଗତସିଂହପୁର ଜିଲା ମେଡିକାଲରେ ସୋମବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ମେଡିକାଲ ବାହାରେ ମୃତଦେହ ପଡ଼ି ରହିଥିବା ବେଳେ ପରିବାର ଲୋକେ ପାଟିତୁଣ୍ଡ କରିବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଗର୍ଭନଷ୍ଟ ହୋଇଥିବାରୁ ସେ ଜିଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମହିଳାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରୁ ନ ଥିବା ବେଳେ ଚିକତ୍ସାରେ ଅବହେଲା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

The post ମହିଳାଙ୍କ ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ଅଭିଯୋଗ appeared first on Dharitri Odia News.