ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଚଣ୍ଡିଖୋଲ ୨୩।୮: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ସାଉଡ଼ିଆ ଗ୍ରାମର ମନ୍ମଥ ମଲିକଙ୍କ ପତ୍ନୀ ରଶ୍ମିତା ମଲିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗୁରୁବାର ରାତିରେ ସନ୍ଦେହଜନକ ଅବସ୍ଥାରେ ଘରୁ ମିଳିଥିଲା ମୃତଦେହ । ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ଗ୍ରାମ ଅକ୍ଷୟ ମଲିକ ଝିଅ ରଶ୍ମିତା ମଲିକ ଦୀର୍ଘ ୧୦ ବର୍ଷ ହେବ ବାଲିଚନ୍ଦ୍ରପୁର ଥାନା ଅଧୀନ ସାଉଡ଼ିଆ ଗ୍ରାମର ମନ୍ମଥ ମଲିକଙ୍କୁ ବିବାହ କରିଥିଲେ । ବିଭିନ୍ନ ସମୟ ପରିବାର ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ । ବାପଘର ଲୋକେ ଏହାକୁ ବିଭିନ୍ନ ସମୟରେ ସମାଧାନ କରି ଆସୁଥିଲେ । ହେଲେ ଗୁରୁବାର ରଶ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇ ଥିବା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି ।You Can Read:ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ   

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଚଣ୍ଡିଖୋଲ ୨୩: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ସାଉଡ଼ିଆ ଗ୍ରାମର ମନ୍ମଥ ମଲିକଙ୍କ ପତ୍ନୀ ରଶ୍ମିତା ମଲିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗୁରୁବାର ରାତିରେ ସନ୍ଦେହଜନକ ଅବସ୍ଥାରେ ଘରୁ ମିଳିଥିଲା ମୃତଦେହ । ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ଗ୍ରାମ ଅକ୍ଷୟ ମଲିକ ଝିଅ ରଶ୍ମିତା ମଲିକ ଦୀର୍ଘ ୧୦ ବର୍ଷ ହେବ ବାଲିଚନ୍ଦ୍ରପୁର ଥାନା ଅଧୀନ ସାଉଡ଼ିଆ ଗ୍ରାମର ମନ୍ମଥ ମଲିକଙ୍କୁ ବିବାହ କରିଥିଲେ । ବିଭିନ୍ନ ସମୟ ପରିବାର ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥାଏ । ବାପଘର ଲୋକେ ଏହାକୁ ବିଭିନ୍ନ ସମୟରେ ସମାଧାନ କରି ଆସୁଥିଲେ । ହେଲେ ଗୁରୁବାର ରଶ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇ ଥିବା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି ।

You Can Read:

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ