ମହିଳାଙ୍କୁ ଅସଦାଚରଣ କରି ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ଘଟଣାରେ ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୩ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଓ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ମାଧ୍ୟମରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଛନ୍ତି।
ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଗତ ଏପ୍ରିଲ ୧୦ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ଏହି ଅସଦାଚରଣ ଅଭିଯୋଗ ଆଣିଥିଲେ। ଜିଲ୍ଲା ଅଭିଯୋଗ କମିଟି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ଘଟଣାରେ ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୩ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଓ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ମାଧ୍ୟମରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାର ବଦ୍ଧପରିକର ଓ ମହିଳା ହିଂସା-ନିର୍ଯାତନାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ସୂଚନାଯୋଗ୍ୟ, ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବିରୁଦ୍ଧରେ ମହିଳା କର୍ମଚାରୀଜଣକ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ।