ମହିଳାଙ୍କୁ ଅସଦାଚରଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନାରୀଙ୍କୁ ସମ୍ମାନ । ମହିଳା ଉତ୍ପୀଡ଼ନକାରୀଙ୍କ ବିରୁଦ୍ଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ମହିଳାମାନଙ୍କ ସୁରକ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳା ମାନଙ୍କୁ ତୁତନ୍ତ ନ୍ୟାୟ ପ୍ରଦାନ […]

ଭୁବନେଶ୍ୱର : ନାରୀଙ୍କୁ ସମ୍ମାନ । ମହିଳା ଉତ୍ପୀଡ଼ନକାରୀଙ୍କ ବିରୁଦ୍ଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ମହିଳାମାନଙ୍କ ସୁରକ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳା ମାନଙ୍କୁ ତୁତନ୍ତ ନ୍ୟାୟ ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହି କ୍ରମରେ ଏଫ.ଆଇ.ଆର ପଞ୍ଜୀକରଣଠୁ ଆରମ୍ଭ କରି ତଦନ୍ତ ପ୍ରକ୍ରିୟା ଏବଂ ଦୋଷୀଙ୍କ ବିରୁଦ୍ଧରେ ମକଦ୍ଦମା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଆଇନ ମୁତାବକ ସମ୍ପୂର୍ଣ୍ଣ କରିବା ଏବଂ ଦୋଷୀଙ୍କ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ପୋଲିସ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ କହିଛନ୍ତି।
ମହିଳା ସୁରକ୍ଷା ସମ୍ପର୍କିତ ଏଜେଣ୍ଡାକୁ ନେଇ ଖୁବଶୀଘ୍ର ଏକ ରାଜ୍ୟସ୍ତରୀୟ ପୋଲିସ ସମ୍ମିଳନୀ ଆୟୋଜନ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ମହିଳା ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଯଦି କୌଣସି ପୋଲିସ ଅଧିକାରୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ପୋଲିସ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ କହିଛନ୍ତି।