ମହିଳାଙ୍କୁ ନିର୍ଯାତନା ଘଟଣା: ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ
ଭବାନୀପାଟଣା,୧୨।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୧୬ରେ ଜଣେ ବିବାହିତା ମହିଳାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତ ଯୁବକଙ୍କ ନାମରେ ମହିଳା ଜଣକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ଭବାନୀପାଟଣ ଜେଏମ୍ଏଫ୍ସି/ସିଭିଲ ଜଜ୍ (ଜୁନିୟର ଡିଭିଜନ) ସୁମିତ୍ରା ବିଶ୍ୱାଳ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ମାମଲାର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଆନନ୍ଦ ଜୈନଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ […] The post ମହିଳାଙ୍କୁ ନିର୍ଯାତନା ଘଟଣା: ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ appeared first on Dharitri Odia News.
ଭବାନୀପାଟଣା,୧୨।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୧୬ରେ ଜଣେ ବିବାହିତା ମହିଳାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତ ଯୁବକଙ୍କ ନାମରେ ମହିଳା ଜଣକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ଭବାନୀପାଟଣ ଜେଏମ୍ଏଫ୍ସି/ସିଭିଲ ଜଜ୍ (ଜୁନିୟର ଡିଭିଜନ) ସୁମିତ୍ରା ବିଶ୍ୱାଳ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ମାମଲାର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଆନନ୍ଦ ଜୈନଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଆହୁରି ୬ମାସ ଜେଲ ଦଣ୍ଡ ଭୋଗିବେ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏପିପି ରାଜ କୁମାର ଛତ୍ରିଆ ପରିଚାଳନା କରୁଥିଲେ।
The post ମହିଳାଙ୍କୁ ନିର୍ଯାତନା ଘଟଣା: ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ appeared first on Dharitri Odia News.