ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା, କୃଷକଙ୍କୁ ଋଣ ଛାଡ଼ ଘୋଷଣା
ମୁମ୍ବାଇ,୬ା୧୧: ମହାରାଷ୍ଟ୍ରରେ ମହାବିକାଶ ଅଗାଡ଼ି ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଛି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି। ଯେଉଁଥିରେ ମହିଳା, କୃଷକ ଏବଂ ଯୁବ ପିଢ଼ିଙ୍କୁ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଶିବସେନା(ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ଏବଂ ଏନ୍ସିପି(ଏସ୍) ପ୍ରମୁଖ ଶତର ପାଓ୍ବାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଯେଉଁଠି ବିରୋଧୀ ଦଳ ନିଜର ଘୋଷଣାପତ୍ର ଜାରି କରିଥିଲେ। ୧. ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ […] The post ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା, କୃଷକଙ୍କୁ ଋଣ ଛାଡ଼ ଘୋଷଣା appeared first on Dharitri Odia News.
ମୁମ୍ବାଇ,୬ା୧୧: ମହାରାଷ୍ଟ୍ରରେ ମହାବିକାଶ ଅଗାଡ଼ି ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଛି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି। ଯେଉଁଥିରେ ମହିଳା, କୃଷକ ଏବଂ ଯୁବ ପିଢ଼ିଙ୍କୁ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଶିବସେନା(ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ଏବଂ ଏନ୍ସିପି(ଏସ୍) ପ୍ରମୁଖ ଶତର ପାଓ୍ବାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଯେଉଁଠି ବିରୋଧୀ ଦଳ ନିଜର ଘୋଷଣାପତ୍ର ଜାରି କରିଥିଲେ।
୧. ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା।
୨.ମହିଳାମାନଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ।
୩. ସମାନତାର ଗ୍ୟାରେଣ୍ଟି ଏବଂ ଜାତିଗତ ଜନଗଣନା ଏବଂ ୫୦ ପ୍ରତିଶତ ସଂରକ୍ଷଣ ହଟାଇ ଏହାକୁ ବୃଦ୍ଧି କରାଯିବ।
୪. କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼। ନିୟମିତ ଋଣ ପରିଶୋଧ ଉପରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।
୫. ଯୁବକମାନଙ୍କୁ ପ୍ରତି ମାସରେ ୪ ହଜାର ଟଙ୍କାର ବେକାରୀ ଭତ୍ତା।
The post ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା, କୃଷକଙ୍କୁ ଋଣ ଛାଡ଼ ଘୋଷଣା appeared first on Dharitri Odia News.