ମହିଳାଙ୍କୁ ବଳାତ୍କାର, ଯୁବକ ଗିରଫ

କଳିଙ୍ଗନଗର,୩ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧୀନ ଦୁର୍ଗାପୁର ଗଁାର ମଙ୍ଗଲ ବାଙ୍କିରା। ଅଭିଯୋଗ ମୁତାବକ, ମହିଳାଙ୍କ ସ୍ବାମୀ ଟାଟା ଷ୍ଟିଲ କାରଖାନାରେ କାମ କରୁଛନ୍ତି। ମହିଳା ତାଙ୍କ ସ୍ବାମୀଙ୍କ ପାଖକୁ କୌଣସି କାମରେ ଫୋନ କରିବା ପାଇଁ ମଙ୍ଗଲଙ୍କ ଘରକୁ ଆସିଥିଲେ। […] The post ମହିଳାଙ୍କୁ ବଳାତ୍କାର, ଯୁବକ ଗିରଫ appeared first on Dharitri Odia News.

ମହିଳାଙ୍କୁ ବଳାତ୍କାର, ଯୁବକ ଗିରଫ

କଳିଙ୍ଗନଗର,୩ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧୀନ ଦୁର୍ଗାପୁର ଗଁାର ମଙ୍ଗଲ ବାଙ୍କିରା। ଅଭିଯୋଗ ମୁତାବକ, ମହିଳାଙ୍କ ସ୍ବାମୀ ଟାଟା ଷ୍ଟିଲ କାରଖାନାରେ କାମ କରୁଛନ୍ତି। ମହିଳା ତାଙ୍କ ସ୍ବାମୀଙ୍କ ପାଖକୁ କୌଣସି କାମରେ ଫୋନ କରିବା ପାଇଁ ମଙ୍ଗଲଙ୍କ ଘରକୁ ଆସିଥିଲେ। ମଙ୍ଗଲ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହିତ ଫୋନରେ କଥା କରାଇ ଦେଇଥିଲେ। ପରେ ମହିଳାଙ୍କୁ ବଳାତ୍କାର କରିଥିଲେ। ଏହି କଥା ମହିଳା ଜଣଙ୍କ ତାଙ୍କ ସ୍ବାମୀ ରାତିରେ ଘରକୁ ଫେରିବା ପରେ କହିଥିଲେ। ପରଦିନ ଉଭୟ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏନେଇ ପୋଲିସ ନଂ.୨୩୫ା୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ମଙ୍ଗଳବାର ରାତିରେ ଢେଙ୍କାନାଳ ଜିଲା କାମାକ୍ଷାନଗରଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

The post ମହିଳାଙ୍କୁ ବଳାତ୍କାର, ଯୁବକ ଗିରଫ appeared first on Dharitri Odia News.