ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର : ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ ।  ମହିଳା ନିର୍ଯାତନା ବୃଦ୍ଧି  ଓ  ବିଧାନସଭାରେ ବିଧାୟକଙ୍କୁ ଆକ୍ରମଣ ପ୍ରସଙ୍ଗରେ ଘେରାଉ କରାଯିବ ।  କଂଗ୍ରେସ ଭବନରେ ବୈଠକରେ ପିସିସି ସଭାପତି ଭକ୍ତ ଦାସ, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବିଧାୟକ ଓ ବରିଷ୍ଠ ନେତାମାନେ ସାମିଲ ଥିଲେ । ସେହିପରି ରାଜ୍ୟକୁ ଭାଗ ଭାଗ କରିବାକୁ ବିଜେପି ପ୍ରୟାସ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ମହିଳା ନିର୍ଯାତନା ବୃଦ୍ଧି ଓ ବିଧାନସଭାରେ ବିଧାୟକଙ୍କୁ […] The post ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ appeared first on KNews Odisha.

ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ
assembly-

ଭୁବନେଶ୍ୱର : ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ ।  ମହିଳା ନିର୍ଯାତନା ବୃଦ୍ଧି  ଓ  ବିଧାନସଭାରେ ବିଧାୟକଙ୍କୁ ଆକ୍ରମଣ ପ୍ରସଙ୍ଗରେ ଘେରାଉ କରାଯିବ ।  କଂଗ୍ରେସ ଭବନରେ ବୈଠକରେ ପିସିସି ସଭାପତି ଭକ୍ତ ଦାସ, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବିଧାୟକ ଓ ବରିଷ୍ଠ ନେତାମାନେ ସାମିଲ ଥିଲେ । ସେହିପରି ରାଜ୍ୟକୁ ଭାଗ ଭାଗ କରିବାକୁ ବିଜେପି ପ୍ରୟାସ କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

ମହିଳା ନିର୍ଯାତନା ବୃଦ୍ଧି ଓ ବିଧାନସଭାରେ ବିଧାୟକଙ୍କୁ ଆକ୍ରମଣ ବିରୋଧରେ ବିଧାନସଭା ଘେରାଉ କରିବ ଦଳ । କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ? ରାଜ୍ୟରେ୧୮ ହଜାରରୁ ଅଧିକ ମହିଳା ନିର୍ଯାତନା କେସ ସାମ୍ନାକୁ ଆସିଛି ? ନାବାଳିକା ଛାତ୍ରୀ ମା ହୋଇଛନ୍ତି ।

ମହିଳାଙ୍କୁ ସୁରକ୍ଷା ଦେବା କଣ ରାଜ୍ୟ ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟକୁ ଭାଗ ଭାଗ କରିବାକୁ ପ୍ରୟାସ କରୁଛନ୍ତି ଶାସକ ଦଳ । ଗଣତନ୍ତ୍ରରେ ଏହା ସମୀଚୀନ ନୁହେଁ ବୋଲି କଂଗ୍ରେସ କହିଛି । ରାଜ୍ୟରେ ବେଆଇନ ଖଣି ଖାଦାନ ଖନନ ରୋକିବା ପାଇଁ ସରକାର କୌଣସି ପଦକ୍ଷପ ନେଉନଥିବା ଦଳ ଅଭିଯୋଗ କରିଛି ।

Also read: ବିଧାନସଭାରେ ଶାସକ-ବିରୋଧୀ ହାତିହାତି, ତାରା ବାହିନୀପତି ୭ ଦିନ ପାଇଁ ଗୃହକାର୍ଯ୍ୟରୁ ନିଲମ୍ବିତ

 

 

The post ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ appeared first on KNews Odisha.