‘ମହିଳାମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବ’
ଦିଗପହଣ୍ଡି,୮।୩(ଅଶେଷ ନାଥ ମିଶ୍ର): ମହିଳାମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବା ସହ ବହୁବିଧ ବିକାଶ ହୋଇପାରିବ ବୋଲି ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଶନିବାର ଆୟୋଜିତ ବିଶ୍ୱ ମହିଳା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ପୁଞ୍ଜିକଂୟା ଛକ ସ୍ଥିତ ଏନ୍ଏସି କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ମହିଳା ସମାବେଶରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ ସଭାପତିତ୍ୱ କରିଥିଲେ। କନିଷ୍ଠ ଯନ୍ତ୍ରୀ ଇଂ.ମମତା କୁମାରୀ ପଣ୍ଡା, ଗୋଷ୍ଠୀ ସଙ୍ଗଠିକା ସାରାଣୀ […] The post ‘ମହିଳାମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବ’ appeared first on Dharitri Odia News.
ଦିଗପହଣ୍ଡି,୮।୩(ଅଶେଷ ନାଥ ମିଶ୍ର): ମହିଳାମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବା ସହ ବହୁବିଧ ବିକାଶ ହୋଇପାରିବ ବୋଲି ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଶନିବାର ଆୟୋଜିତ ବିଶ୍ୱ ମହିଳା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ପୁଞ୍ଜିକଂୟା ଛକ ସ୍ଥିତ ଏନ୍ଏସି କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ମହିଳା ସମାବେଶରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ ସଭାପତିତ୍ୱ କରିଥିଲେ। କନିଷ୍ଠ ଯନ୍ତ୍ରୀ ଇଂ.ମମତା କୁମାରୀ ପଣ୍ଡା, ଗୋଷ୍ଠୀ ସଙ୍ଗଠିକା ସାରାଣୀ ପଟ୍ଟନାୟକ ଏବଂ ପରିମଳ ଅଧିକାରୀ ସ୍ବାଗତିକା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଉପାଧ୍ୟକ୍ଷା କେ.ପୂଜା, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ,କାଉନସିଲର ନୀଳମାଧବ ଗୌଡ଼,ସୁଶାନ୍ତ କୁମାର ପାତ୍ର, ସୁନିଳ କୁମାର ପଣ୍ଡା, କରିସ୍ମା ନାୟକ,ଜ୍ୟୋସ୍ନା ଜେନା, ସନ୍ତୋଷୀନି ବେହେରା, ଇ.ଗାୟତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ସାମ୍ପ୍ରତିକ ସମାଜରେ ମହିଳା ମାନଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖାଯିବା ସହ ସେମାନଙ୍କ ଭୂମିକା ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପରେ ଏନ୍ଏସି ପକ୍ଷରୁ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ଏବଂ ମହିଳା କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ପୁରସ୍କୃତ କରାଯାଇଥିଲା। ଶେଷରେ ନିମପଲ୍ଲୀ ଆବାସିକ ବିଦ୍ୟାଳୟ ଏବଂ ମଧୁବିଦ୍ୟା ପୀଠର ଛାତ୍ରୀଛାତ୍ର ବୃନ୍ଦ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
The post ‘ମହିଳାମାନେ ସଶକ୍ତ ହେଲେ ଦେଶ ସମୃଦ୍ଧ ହେବ’ appeared first on Dharitri Odia News.