ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା

ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ ପାଇବା ପରେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବୃଦ୍ଧି ପାଇବ। ସେ ତାଙ୍କ ବାର୍ତ୍ତାରେ ବାଂଲାଦେଶୀ ନାଗରିକମାନଙ୍କୁ ମୌଳବାଦୀଙ୍କ ଦ୍ୱାରା ଭ୍ରାନ୍ତ ନ ହେବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ଘନିଷ୍ଠ […] The post ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା appeared first on Dharitri Odia News.

ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା

ଢାକା,୧୧ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ ପାଇବା ପରେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବୃଦ୍ଧି ପାଇବ।

ସେ ତାଙ୍କ ବାର୍ତ୍ତାରେ ବାଂଲାଦେଶୀ ନାଗରିକମାନଙ୍କୁ ମୌଳବାଦୀଙ୍କ ଦ୍ୱାରା ଭ୍ରାନ୍ତ ନ ହେବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ଘନିଷ୍ଠ ସହାୟକମାନଙ୍କ ମାଧ୍ୟମରେ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ରେ ହାସିନା କହିଛନ୍ତି, ‘ମୁଁ ଇସ୍ତଫା ଦେଇଛି ଯାହା ଦ୍ୱାରା ମୋତେ ମୃତଦେହର ଶୋଭାଯାତ୍ରା ଦେଖିବାକୁ ପଡ଼ିବ ନାହିଁ। ସେମାନେ ଛାତ୍ରୀଛାତ୍ରଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏହା ହେବାକୁ ଦେଉ ନ ଥିଲି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।

ସେ ଆହୁରି କହିଛନ୍ତି, ‘ଯଦି ମୁଁ ଦେଶରେ ରହିଥାନ୍ତି, ଅଧିକ ଧନଜୀବନ ନଷ୍ଟ ହୋଇଥାନ୍ତା। ମୁଁ ଦେଶ ଛାଡ଼ିବା ପାଇଁ ବହୁତ କଷ୍ଟଦାୟକ ନିଷ୍ପତ୍ତି ନେଇଥିଲି। ମୁଁ ତୁମର ନେତ୍ରୀ ହୋଇଥିଲି କାରଣ ତୁମେ ମୋତେ ବାଛିଥିଲ, ତୁମେ ମୋର ଶକ୍ତି। ଆଓ୍ବାମୀ ଲିଗ୍‌ ବାରମ୍ବାର ବାଂଲାଦେଶର ଭବିଷ୍ୟତ ପାଇଁ ସ୍ବର ଉତ୍ତୋଳନ କରିଛି, ଯେଉଁ ଦେଶ ପାଇଁ ମୋର ମହାନ ପିତା ଲଢ଼ିଥିଲେ … ଯେଉଁ ଦେଶ ପାଇଁ ମୋ’ ବାପା ଏବଂ ପରିବାର ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ।

ଆରକ୍ଷଣ ଆନ୍ଦୋଳନ ଏବଂ ଛାତ୍ର ବିରୋଧ ବିଷୟରେ ଉଲ୍ଲେଖ କରି ହାସିନା କହିଛନ୍ତି, ‘ମୁଁ ବାଂଲାଦେଶର ଯୁବ ଛାତ୍ରମାନଙ୍କୁ ଦୋହରାଇବାକୁ ଚାହେଁ ଯେ ମୁଁ ଆପଣଙ୍କୁ କେବେବି ରଜାକାର ବୋଲି ଡାକି ନ ଥିଲି … କିନ୍ତୁ ଆପଣଙ୍କୁ ଉତ୍ତେଜିତ କରିବା ପାଇଁ ମୋ କଥାକୁ ଏପଟସେପଟ କରି କୁହାଯାଇଥିଲା। ମୁଁ ଆପଣଙ୍କୁ ଏହା ଦୋହରାଇବାକୁ ଚାହେଁ। ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେଦିନର ପୂରା ଭିଡିଓ ଦେଖିବା ପାଇଁ। ଷଡ଼ଯନ୍ତ୍ରକାରୀମାନେ ଆପଣଙ୍କ ନିର୍ଦ୍ଦୋଷତାର ଫାଇଦା ଉଠାଇ ଦେଶକୁ ଅସ୍ଥିର କରିବାରେ ବ୍ୟବହାର କରିଛନ୍ତି।’

The post ଆମେରିକା ମୋତେ କ୍ଷମତାରୁ ହଟାଇ ଦେଇଛି, ଏସବୁ କାରଣ କହିଲେ ହାସିନା appeared first on Dharitri Odia News.